-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
ଗଞ୍ଜାମ (ଉମା ମହାରଣା) : ସ୍ଥାନୀୟ କବିସୂର୍ଯ୍ୟ ନଗର ର କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ପଟ୍ଟନାୟକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।କୋଭିଡ ନିୟମ କୁ ମାନି କଲେଜ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ପଟ୍ଟନାୟକ ୧୫/୧/୧୯୮୫ ରେ ଏହି ମହାବିଦ୍ୟାଳୟ ରେ ପ୍ରାଣୀବିଜ୍ଞାନ ବିଭାଗରେ ଅଧ୍ୟାପକ ରୂପେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ ।ଏହି ମହାବିଦ୍ୟାଳୟ ରେ ସଦା ସର୍ବଦା ଉନ୍ନତି ମୂଳକ କାର୍ଯ୍ୟ ଓ ପିଲାଙ୍କୁ ଉତ୍ତମ ଶିକ୍ଷା ଓ ଶ୍ରୀଷ୍ଟାଚାର ଦେଇ ଆସିଛନ୍ତି ।ବିଭିନ୍ନ ସମୟରେ ସେ ଛାତ୍ର ସଂସଦ ର ଉପଦେଷ୍ଟା ଭାବରେ ଛାତ୍ର ମାନଙ୍କ ପାଇଁ କାର୍ଯ୍ୟ ତୁଲାଇ ଆସୁଥିଲେ ।୨୦୧୫ ଠାରୁ ଆଜି ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାବେକାର୍ଯ୍ୟ ସମ୍ପାଦନ କରିଥିଲେ ।ତାଙ୍କରି ଅଧ୍ୟକ୍ଷ ପିରିୟଡ଼ ରେ ସେ ଏହି ବିଜ୍ଞାନ ମହାବିଦ୍ୟାଳୟ ରେ ଉନ୍ନତ ଧରଣର ଲେବ୍ରୋଟେରୀ ,ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅତ୍ୟାଵଶ୍ୟକ କୋଠା ନିର୍ମାଣ କରି ଏହି ମହାବିଦ୍ୟାଳୟ ର ପରିବେଶ କୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ନୂତନ ପରିଚୟ ପ୍ରଦାନ କରିଥିଲେ। ସେହିପରି ଇଂରାଜୀ ବିଭାଗ ର ଅଧ୍ୟାପକ ରବୀନ୍ଦ୍ର ଷଡଙ୍ଗୀ ଙ୍କୁ ମଧ୍ୟ ଆଜିର ଦିନରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସମୟରେ କଲେଜ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ପଟ୍ଟନାୟକ ଓ ରବୀନ୍ଦ୍ର ଶଢଙ୍ଗୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ପରି ଜଣେ ଅଧ୍ୟକ୍ଷ ଙ୍କୁ ସଦାସର୍ବଦା ଏହି ମହାବିଦ୍ୟାଳୟ ମନେରଖିବ ବୋଲି ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ କହିଥିଲେ ।