-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
27-Jun-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ବୀରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ତର‘ରୁ ଉଲୁଣ୍ଡା ଠାରେ ମାସ୍କ ବଂଟନ କରାଯାଇଛି । ଏହି ଅବଶରରେ ବିଜେଡି ବ୍ଲକ ସଭାପତି ଝସକେତନ ବଘାରଙ୍କ ତତ୍ୱାବଧାନରେ ହୋଇଥିବା ବଂଟନ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ତ୍ରୀପାଠୀ ମାସ୍କ ବଂଟନର ଶୁଭାରମ୍ଭ କରିଥିଲେ । ପରେ ଦଲୀୟ କର୍ମୀ ମାନେ ରାସ୍ତାରେ ଜିବା ଆସିବା କରୁଥିବା ଲୋକ ମାନଙ୍କୁ ସଚେତନ କରିବା ସହ ମାସ୍କ ବଂଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଂପାଦକ ବିହାରୀଲାଲ ମିଶ୍ର, କୈଲାସ ଚନ୍ଦ୍ର ପୁରୋହିତ, ଗୁନୁରାମ ମହାକୁର, ସୋମନାଥ ପାଣିଗ୍ରାହୀ, ମୁଣ୍ଡୋଘାଟ ସରପଂଚ ରଂଜିତା ଭୋଇ, ଶିବୁ ତରାଇ, ଗୋବିନ୍ଦ ତରାଇ, ଉତର ପାତ୍ର, କଷ୍ଟ ଦୀପ, ଜିଲ୍ଲା ସଂପାଦକ ସନ୍ତୋଷ ଭୁକ୍ତା, ଉପାଧ୍ୟକ୍ଷ ଅଶୋକ ପଣ୍ଡାଙ୍କ ସମେତ ବହୁ ଦଲୀୟ କର୍ମୀ ଯୋଗଦେଇ ମାସ୍କ ବଂଟନ କରିଥିଲେ ।