-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
27-Jun-2021
ସମ୍ବଲପୁର (ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ଏହି ଅବସରରେ ଏକ ବୈଠକ ହେବା ସହ କ୍ଷେତରାଜପୁର ମିଲପଡ଼ାରେ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ (ରାସନ) ବଣ୍ଟନ କରା ଯାଇଥିଲା I କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁତପା ମିତ୍ର, ସସ୍ମିତା ଦେହୁରୀ, ଶିବବ୍ରତ ପ୍ରଧାନ, ଅଶୋକ ସୋନୀ, ବିଜୟଲକ୍ଷ୍ମୀ ବେହେରା, ଯଶବୀର ସିଂହ, ରାଜେଶ ମିଶ୍ର, ସଂଜୀବ ଗର୍ଡିଆ, ଶ୍ରବଣ ମେହେର, ଯୁଗଳ ପାଲିୱାଲ,ମିନାକ୍ଷ ରାଉତ, ସନ୍ତୋଷୀ ବିଶି, ସନ୍ତୋଷିନୀ ମୁଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।