-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
24-Jun-2021
କଟକ(ଶୁଭାଶିଷ ନାୟକ): ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । କଟକ ବିଏସଇ ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଛାତ୍ରଛାତ୍ରୀ www.bseodisha.ac.in ଓ www.bseodisha.nic.in ୱେବ୍ସାଇଟ୍ରେ ରେଜଲ୍ଟ ଚେକ୍ କରିପାରିବେ।
ଯଦି ଇଣ୍ଟରନେଟ୍ ସୁବିଧା ନଥାଏ ତା’ହେଲେ ଛାତ୍ରଛାତ୍ରୀ SMS କରି ରେଜଲ୍ଟ ଜାଣି ପାରିବେ। OR01 < Roll N0 > ଲେଖି 5676750କୁ SMS କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ହେବ ବୋଲି କୁହାଯାଇଥିଲା। ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତି ଅନୁସାରେ ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ। ସେହିଭଳି ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ମଧ୍ୟ ବିଚାରକୁ ନିଆଯିବ। ନବମର ୪୦ ପ୍ରତିଶତ ମାର୍କକୁ ଗୁରୁତ୍ୱ ଦିଆଯିବ।
ଜୁନ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି କିଛିଦିନ ପୂର୍ବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ମାଟ୍ରିକ୍ ରେଜଲ୍ଟ ବାହାରିବା ନେଇ ସେ କହିଥିଲେ, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି। ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି।