-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ଜିଲ୍ଲା

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ, ପୌରପାଳିକାର ଡ୍ରେନଜ କାମକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ନରସିଂହ, ଅନୁଦାନ ଦେବାରେ ପଶ୍ଚିମ ଓଡିଶାକୁ ଅଣଦେଖା କରାନଯାଉ- ନରସିଂହ, ମହାରାଣୀ ସାଗର, ଗନ୍ଧରେଲ ଓ ସୋନଗଡ ନଦୀ ବ୍ୟାରେଜ ଉପରେ କଲେ ଆଲୋଚନା

23-Jun-2021



ବଲାଙ୍ଗିର,(ପ୍ରେରଣା ଖବର): ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ  ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରୁ ଭିସି ମାଧ୍ୟମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ ବୈଠକରେ ଯୋଗ ଦେଇଥିଲେ । ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସୂଚନା ଦେଇସାରିବା ପରେ ଏଜେଣ୍ଡା ମୁତାବକ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଝାରୀ ବିବରଣୀ ପାଠ କରିଥିଲେ । ପରେ ପରେ ବୈଠକରେ ବଲାଙ୍ଗିର ବିଧାୟକ ତଥା ବିଧାନସଭାର ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଆଲୋଚନାରେ ଅଂଶଗ୍ରହଣ ପାଇଁ ଅନୁରୋଧ କରାଯାଇଥିଲା । ଶ୍ରୀ ମିଶ୍ର ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର, ଅତିରିକ୍ତ ଶାସନ ସଚିବଙ୍କୁ ସ୍ୱାଗତ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଗତ ବୈଠକର ବିବରଣୀ ଅନୁସାରେ କଣ କାର୍ଯ୍ୟକ୍ରମ ନିଆଯାଇଛିି ତାର ତଥ୍ୟ କୌଣସି ସଭ୍ୟମାନଙ୍କୁ ଦିଆଯାଇ ନାହିଁ । ପ୍ରାୟତଃ ଦେଖାଯାଉଛି ଉପକୂଳବର୍ତ୍ତି ଅଞ୍ଚଳରେ ଯେମିତି ବନ୍ୟା, ବାତ୍ୟାରେ ଲୋକେ ଯେମିତି ପ୍ରଭାବିତ ହେଉଛନ୍ତି ଠିକ୍ ସେହିପରି ବଲାଙ୍ଗିର ତଥା ପଶ୍ଚିମାଞ୍ଚଳରେ ମରୁଡି ଏକ ବଡ ପ୍ରାକୃତିକ ବିପର୍ଯ୍ୟୟ ଭାବେ କ୍ରମାଗତ ଭାବରେ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ତାର ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ଏପରିକି ୨୦୧୯ରେ ଆକସ୍ମିକ ଭାବେ ପ୍ରବଳ ବର୍ଷା ହୋଇ ଜିଲ୍ଲାରେ ଅଭାବନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଃଖର ବିଷୟ ଉପକୂଳବର୍ତ୍ତି ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦୁଇ ବର୍ଷ ହେଲା ଅଗଷ୍ଟ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ବଲାଙ୍ଗିରବାସୀ ଆଜି ପର୍ଯ୍ୟନ୍ତ କ୍ଷତିପୁରଣ ପାଇ ନାହାନ୍ତି । ଜିଲ୍ଲାରେ ଥିବା ଅନେକ କ୍ଷିପ୍ର ଜଳସେଚନ ପ୍ରକଳ୍ପ ୨୦୧୯ ବର୍ଷା ଯୋଗୁଁ ଭାଙ୍ଗୁରୁଚି ଯାଇଥିଲା । ତାର ମରାମତି ପାଇଁ ବିଭାଗକୁ ଯେତେ କହିଲେ ମଧ୍ୟ ବିଭାଗ କହୁଛି ଟଙ୍କା ନାହିଁ । ତେବେ ଏହି ବିପର୍ଯ୍ୟୟ ଯୋଗୁଁ ଏ ଅଞ୍ଚଳର ଚାଷୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପମାନଙ୍କରୁ ନିଜ ଚାଷ ପାଇଁ ପାଉଥିବା ପାଣି ବଞ୍ôଚତ ହେଉଛନ୍ତି । ୨ ବର୍ଷ ହେଲା ସେମାନେ ଭୋଗିଥିବା ପ୍ରାକୃତିକ ବିପର୍ଯ୍ୟୟର କ୍ଷତିପୁରଣ କାହିଁକି ପାଉନାହାନ୍ତି ମୁଖ୍ୟମନ୍ତ୍ରୀ ତା ଉପରେ ଧ୍ୟାନ ଦିଅନ୍ତୁ । ଯେଉଁ କେତୋଟି ମେଘା ଜଳସେଚନ ପ୍ରକଳ୍ପ ଅଛି ସେ ସବୁରୁ ଅଞ୍ଚଳର ଚାଷୀ ପାଣି ପାଉଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଆଉ ଥରେ ସବୁ ପୁନଃ ଯାଞ୍ଚ କରନ୍ତୁ । କ୍ଷେତ୍ର ପରିଦର୍ଶନ କଲେ ଜଣାଯାଉଛି ପ୍ରାୟତଃ ମେଘା ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ ଅଛି । ସହରରେ ଥିବା ପ୍ରାୟତଃ ଡ୍ରେନ ଜବରଦଖଲ ହୋଇଛି କିମ୍ବା ପୋତି ହୋଇଗଲାଣି । ବଲାଙ୍ଗିର ପୌର ପରିଷଦ ଏସବୁକୁ ଦେଖି ମଧ୍ୟ ନଦେଖିଲା ଭଳିଆ ହେଉଛି । ଯାହା କିଛି ଅନୁଦାନ ଆସୁଛି ତାର ପ୍ରକୃତ ଲାଭ ଲୋକେ ପାଉ ନାହାନ୍ତି । ଅନୁଦାନର ଦୁରୁପଯୋଗ ହେବାର ସ୍ପଷ୍ଟ ପ୍ରମାଣ ମିଳୁଛି । ତେଣୁ ସହରକୁ ଜଳବନ୍ଦିରୁ ଦୂର କରିବା ପାଇଁ ବଲାଙ୍ଗିର ଡ୍ରେନ ଗୁଡିକର ପୁନଃଉଦ୍ଧ୍ୱାର ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ଠିକ୍ ସେହିପରି ବନ୍ଧକଟାର ଉନ୍ନତି ପାଇଁ ମଧ୍ୟ ଶ୍ରୀ ମିଶ୍ର ଦାବି କରିଛନ୍ତି । ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ୨୦କୋଟି ଟଙ୍କାର ଅଟକଳ ଅନୁମୋଦନ ହୋଇସାରିଥିଲେ ହେଁ ଏହାର କାମ ଶିଘ୍ର ଆରମ୍ଭ କରିବାକୁ ଶ୍ରୀ ମିଶ୍ର ମତଦେଇଛନ୍ତି । ଠିକ୍ ସେହିପରି ମହାଲକ୍ଷ୍ମୀ ଯୋର ଉତ୍ପତିସ୍ଥଳ ଗନ୍ଧରେଲ ଡେମର ସୁଦୃଢିକରଣ, ସୌନ୍ଦର୍ଯ୍ୟକରଣର ଅନୁମୋଦନ ପାଇଁ ସରକାରଙ୍କୁ ଧନ୍ୟବାଦ ଦେବା ସହ ଲକ୍ଷ୍ମୀଯୋର ପ୍ରକଳ୍ପର ବନ୍ୟା ନିୟନ୍ତ୍ରଣ ବାଡ ତଥା ତାର ସୌନ୍ଦର୍ଯିକରଣ କାମ, ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ କାମ ଯେତେ ଶିଘ୍ର ହେବ କରାଯାଉ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆଶା କରିଛନ୍ତି ଆସନ୍ତା କାଲି ବସିବାକୁ ଥିବା ଚୁଡାନ୍ତ ବୈଷୟିକ କମିଟି ବୈଠକରେ ସୋନଗଡ ନଦୀ ଉପରେ ବ୍ୟାରେଜ  ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଯିବ । ଶେଷରେ କରୋନା ପରିଚାଳନାରେ ବାରମ୍ବାର ଦୁର୍ନିତିର ଗନ୍ଧ ଆସୁଛି । ସେ ନିଜେ ତଥା ଦଳ ତରଫରୁ କରୋନା ପରିଚାଳନାକୁ ସମ୍ପୁର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତିବଦ୍ଧ କିନ୍ତୁ ଏଥିରେ ଆସୁଥିବା ଦୁର୍ନିତିର ଗନ୍ଧକୁ କୌଣସି ପ୍ରକାର ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବୈଠକରେ ଅଧ୍ୟକ୍ଷତା କରୁଥିବା ମୁଖ୍ୟମନ୍ତ୍ରୀ କିଛି ବର୍ଷ ପୂର୍ବେ ତାଙ୍କୁ ଉପହାର ଦେଇଥିବା ପି.ସାଇନାଥଙ୍କ ପୁସ୍ତକ “ଏଭରି ବଡି ଲବ୍‌ସ୍ ଏ ଗୁଡ ଡ୍ରାଉଟ”ର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like