-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
23-Jun-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ): ଗତ ୨୧ ତାରିଖରେ ସୋନପୁର ସୁବର୍ଣ୍ଣl ନାରୀ ଜାଗରଣ କେନ୍ଦ୍ର ପରିସରରେ ପତଞ୍ଜଳି ଯୋଗ ସମିତି, ଭାରତ ସ୍ୱାଭିମାନ ମଞ୍ଚ ଓ ମହିଳା ଯୋଗ ସମିତି ଆନୁକୂଲ୍ୟରେ ଅନ୍ତର୍ଜାତୀୟ ୟୋଗ ଦିବସ ପାଳିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ଗୋରେଖ ନାଥ ସାହୁ ଯୋଗ ଦେଇ କରୋନା ହେଉ କି ଅନ୍ୟ କୌଣସି ମହାମାରୀ ହେଉ ସେ ସବୁ ର ପ୍ରତିକାର ହେଉଛି କେବଳ ୟୋଗ ଓ ଆୟୁର୍ବେଦ ବୋଲି ମତ ରଖିଥିଲେ l ଅନ୍ୟତମ ଅତିଥି ଭାବରେ ପ୍ରଧ୍ୟାପିକା ମିନା ମହାରଣା, ଅଧ୍ୟାପକ ଶମ୍ଭୁ ଭୂଷଣ ପଣ୍ଡା, ଯୋଗ ଦେଇ ଯୋଗ ର ଉପକାରିତା ଉପରେ ଆଲୋକପାତ କରିଥିଲେ l
କୋଭିଡ କଟକଣା ଯୋଗୁଁ ଖୁବ ନିରାଡ଼ମ୍ବର ଭାବେ ପାଳନ ହୋଇଥିବା ଏହି ଯୋଗ ଶିବିର ରେ ସୁବର୍ଣ୍ଣପୁର ର ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ଦିଲ୍ଲୀପ ରଥ, ସତ୍ୟ ନାରାୟଣ ବସ୍ତିଆ, ସୁରଥ ମିଶ୍ର, ନାରାୟଣ ସାହୁ, ଗୋପାଳ ସା, ପୁଷ୍ପାଞ୍ଜଳି ମେହେର, କଳ୍ପନା ମେହେର, ମଞ୍ଜୁଲତା ଝାଙ୍କର, ସୁନିତା ମିଶ୍ର, ଭୁବନେଶ୍ୱର ମେହେର, ପ୍ରଦୀପ ବଣକି, ପ୍ରମୁଖ ଯୋଗ ଦେଇ ସାମୁହିକ ଯୋଗାଭ୍ୟାସ କରିଥିଲେ l