-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2021
କଳାହାଣ୍ଡି,ଧର୍ମଗଡ଼(ଜ୍ୟୋତିରଞ୍ଜନ ବେମାଲ): କଳାହାଣ୍ଡି-ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଧର୍ମଗଡ,କୋକସରା, ଜୟପାଟଣା, କକଲମପୁର ଓ ଗୋଳାମୁଣ୍ଡା ଅଂଚଳର ଚାଷ ଜମିକୁ କେନାଲ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି । ଜଳ ଯୋଗାଣ ହେଉଥିବା କେନାଲ ଗୁଡିକର ବର୍ଷକୁ ବର୍ଷ ମରାମତି କାମ ମଧ୍ୟ ହେଉଛି । ଏବେ ଧର୍ମଗଡ ଖଇରପଦର ଡିଷ୍ଟ୍ରିବ୍ୟୁଟାରୀ କେନାଲର ମରାମତି କାମ ଚାଲିଛି । ଏହି ମରାମତି କାମ ପ୍ରାୟ ୧୫ଲକ୍ଷ ବ୍ୟୟ ଅଟକଳରେ ହେଉଥିବା ବେଳେ ମରାମତି କାମ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ହେଉଥିବା କଂକ୍ରିଟ କାମ ଅତି ନିମ୍ନ ମାନର ହେଉଥିବା ସାଙ୍ଗକୁ କେବଳ ସିମେଣ୍ଟ ପାଣି ଢାଳି ଦେଇ କାମ କରୁଥିବା ଅଭିଯୋଗ ହେଉଛି।
ତେବେ ଏହିଭଳି ନିମ୍ନ ମାନର କାମ ପାଇଁ ଆଗାମୀ ଦିନରେ କେନାଲର ସୁରକ୍ଷା ପ୍ରତି ସନ୍ଦେହ ଉପୁଜୁଛି। ଅନ୍ୟପଟେ ଚାଷୀ କେନାଲ ର ସ୍ଥାୟୀତ୍ୱକୁ ନେଇ ଆଶଙ୍କା ପ୍ରକାଶ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି । ଏନେଇ ସମ୍ପୃକ୍ତ ଠିକାଦାରକୁ ଚାଷୀ ମାନେ ବାରମ୍ବାର ତାଗିଦ କରିବା ସତ୍ୱେ ବି ଠିକାଦାର ନିଜ ମନ ମୁତାବକ କାମ କରୁଥିବା ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଏପରି କି ବିଭାଗୀୟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ, ଠିକଦାରଙ୍କ ସହ ମଧୁଚନ୍ଦ୍ରିକା ରଖି କାମକୁ ରଫାଦଫା କରୁଥିବା ନେଇ ଚାଷୀମାନେ ଅଭିଯୋଗ ଉଠାଉଛନ୍ତି । ତେବେ ଏହି କାମର ଭିଜିଲାନ୍ସସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନା କୁ ଆସି ପାରିବ ବୋଲି ଚାଷୀମାନେ ଦାବି କରୁଛନ୍ତି।