-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
21-Jun-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସରେ ବାଲାଜି ସ୍ପିନିଂ ମିଲ ମେନେଜମେଣ୍ଟ ଓ ଲେବର ୟୁନିଅନର କାର୍ଯ୍ୟକର୍ତା ମାନଙ୍କ ଡ଼ି. ଏଲ. ଓ ଙ୍କ ମଧ୍ୟସ୍ଥତାରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଜିଲ୍ଲାପାଳ କକ୍ଷର ବୈଠକ ଅନୁଯାୟୀ ୨୦୧୬ ବର୍ଷର ୨୨ ମାସର ଇ ପି ଏଫ୍ ଟଙ୍କା ଆଗୁଆ ପ୍ରଦାନ କରାଯିଵା ପରେ ଏହି ମିଲ ର ଆରମ୍ଭରେ କେତୋଟି ମେସିନରେ ସୂତା ବୁଣାଯାଉଥିଲା, ଏବେ କେତୋଟି ମେସିନ ଅଛି। ସବୁ ମେସିନଙ୍କୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ପୁଣି ତୁରନ୍ତ ଏହି ସ୍ପିନିଂ ମିଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଶ୍ରମିକଙ୍କ ସହ ଶ୍ରୀ ବଳଦେବ ବେଦବାକ ଦୃଢ ଦାବି ଉପସ୍ଥାପନ କରିଥିଲେ।