-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2021
ସୋନପୁର (ମନୋରଞ୍ଜନ ତ୍ରିପାଠୀ) : ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବନ୍ଦନା ଖଟୁଆ ଶୁଣ୍ଢିପଦର ଗ୍ରାମକୁ ଯାଇ କରୋନାରେ ମୃତ୍ୟବରଣ କରିଥିବା ଓଡିଶା ଭାସ୍କର ର ସମ୍ବାଦଦାତା ତଥା ଜ଼ିଲ୍ଲା ପ୍ରତିନିଧି ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହିତ ବ୍ଲକ କର୍ମଚାରୀଂକ ସହଯୋଗ ପାଣ୍ଠିରୁ ୧୦,୬୦୦ ଟଙ୍କା ତାଂକ ବିଧବା ପତ୍ନୀଙ୍କୁ ସହାୟତା ପ୍ରଦାନ କରିଥିଲେ l ଏନ୍ ଏଫ୍ ବି ଏସ୍ କାଗଜପତ୍ର ସଂଗ୍ରହ କରି ଆଜୀବନ ବିଧବା ଭତ୍ତା ପ୍ରଦାନ କରିବାକୁ ପ୍ରତିଶୁତି ଦେଇଥିଲେ l ସେହିପରି କରୋନାରେ ପିତା ମାତାଙ୍କ ମୃତ୍ୟୁ ପରେ ଅନାଥ ହୋଇଥିବା କୁଲିହାପାଲି ଗ୍ରାମର ଅସହାୟ ବାଳକ ସୁଧୀର ମେହେରକୁ ମଧ୍ୟ ସାକ୍ଷାତ କରି ସାନ୍ତ୍ୱନା ଦେବା ସହିତ ବ୍ଲକ କର୍ମଚାରୀଙ୍କ ସହଯୋଗ ପାଣ୍ଠି ରୁ ୫୦୦୦ ଟଙ୍କା ବି ଡ଼ି ଓ ଶ୍ରୀମତୀ ଖଟୁଆ ପ୍ରଦାନ କରି ଥିଲେ l ପିଲା ର ପଠାପଢା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବାକୁ ପ୍ରତିଶୃତି ଦେଇଥିଲେ l ଏଭଳି ସଙ୍କଟ ବେଳେ କଣ୍ଟାମlଳ ବ୍ଲକର କର୍ମଚାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଏ ସହାୟତା, ବଦାନ୍ୟତା ଓ ମହତ କାର୍ଯ୍ୟକୁ ଏ ଅଂଚଳ ତଥା ଜ଼ିଲ୍ଲାର ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଛନ୍ତି l