-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୧୯/୦୬/୨୧ ଠାରୁ ତା ୨୧/୦୬/୨୧ ପର୍ଯ୍ୟନ୍ତ ୩ୟ ପର୍ଯ୍ୟାୟରେ ସୋନପୁର ମ୍ୟୁନିସିପାଲିଟିର ୮ଟି ସ୍ଥାନରେ ବ୍ୟବସ୍ଥିତ ୧୧ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ୧୮ ରୁ ୪୪ ବର୍ଷ ହିତାଧିକାରୀଙ୍କୁ ଟୀକାକରଣ ଚାଲୁ ରହିଥିବା ବେଳେ ପୁନଶ୍ଚ
ତା ୨୧/୦୬/୨୧ ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକର ବ୍ୟବସ୍ଥିତ ୩୦ ଟି ଟୀକାକରଣ କେନ୍ଦ୍ର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ଚିକିତ୍ସା କେନ୍ଦ୍ର ଠାରେ ଗୋଟିଏ କେନ୍ଦ୍ରରେ ୧୮ ରୁ ଉର୍ଦ୍ଧ ବର୍ଷ ହିତାଧିକାରୀଙ୍କୁ ପ୍ରଥମ ଡୋଜ଼ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ୨ୟ ଡୋଜ଼ ଟୀକା ପ୍ରଦାନ କରାଯିବ l
୧୮ ରୁ ଉର୍ଦ୍ଧ ବର୍ଷ ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ୮ ଘଣ୍ଟା ସମୟରେ କେନ୍ଦ୍ରକୁ ଯାଇ ଟୀକାନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେl ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ l ଉକ୍ତ ଦିନ ଗୁଡିକରେ ପ୍ରଥମ ଡୋଜ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି ) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର ,ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ l ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି l ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ୦୯ ରୁ ସନ୍ଧ୍ୟା ୦୫ ଘଣ୍ଟା ପର୍ଯ୍ୟନ୍ତ
ଚାଲୁ ରହିବ l ପୁନଶ୍ଚ ଟୀକାନେବା ନିମନ୍ତେ ୧୮ ରୁ ୪୪ ବର୍ଷ ପାଇଁ ଅନଲାଇନ https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ l
ତା୨୦/୦୬/୨୧ ରାତ୍ର ୧୦-୦୦ ଘଂ ରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ l କେନ୍ଦ୍ରରେ ଟୀକାର ମହଜୁଦ ଅନୁସାରେ ୫୦% ସ୍ଲଟ ବୁକିଂ ଓ ୫୦% ଟୋକନ ମାଧ୍ୟମରେ ଟୀକାକରଣ କରାଯିବ l