-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
21-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ବର୍ତ୍ତମାନ କରୋନା ମହାମାରୀ ସମୟରେ ଯେଉପଟେ କେନ୍ଦ୍ର ଏବଂ ରାଜ୍ୟ ସରକାର ନୂଆ ନୂଆ ଅକ୍ସିଜେନ କାରଖାନା ଗୁଡିକ ସ୍ଥାପନ କରିବାରେ ବ୍ୟସ୍ତ ଥିବା ବେଳେ ଅନ୍ୟପକ୍ଷରେ ପ୍ରାକୃତିକ ରୂପରେ ଅକ୍ସିଜେନ ତିଆରି କରୁଥିବା ଜଙ୍ଗଲ କଥା ସମସ୍ତେ ଭୁଲିଯାଉଛେ। କିନ୍ତୁ ମ୍ରିଦା ଫାଉଣ୍ଡେସନ ଏବଂ ରୁରାଲ ଲାଇଫ ଲାଇନଙ୍କ ଆନୁକୂଲ୍ୟରେ ଶିଖା ଇକୋ ଲରନିଙ୍ଗ ଭିଲେଜର
ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି ବିନିକା-ଉଲୁଣ୍ଡା ବ୍ଲକ ମହାନଦୀ ସେତୁ ଚଦେଇପଙ୍କ ନିକଟ ଶିଖା ଭିଲେଜ ରେ l ତେବେ ଉକ୍ତ ପ୍ରୟାସ ଟି ହେଲା ଖାଲି ଥିବା ସ୍ଥାନ ଉପରକୁ ବିହନ ଗୋଲା ବା seed ball ଫିଙ୍ଗିବା। ମାଟି ଏବଂ ଖତ କୁ ମିଶାଇ ଏକ ଗୋଲା ତିଆରି କରାଯାଇଥାଏ ଏବଂ ସେହି ଗୋଲା ଭିତରେ ଏକ ମଞ୍ଜିକୁ ରଖାଯାଇଛି।ତାହାକୁ କୌଣସି ଖାଲି ସ୍ଥାନକୁ ଫିଙ୍ଗିଲେ ତାହା ପାଣି ସ୍ପଂସ୍ପଶରେ ଆସିଲେ ମଞ୍ଜି ଗଜା ହୁଏ ଏବଂ ଗଛରେ ପରିବର୍ତିତ ହୁଏ। ଯାହାକି ଜଙ୍ଗଲ ସୃଷ୍ଟି କରିବାର ସବୁଠୁ ସହଜ ଉପାୟ। ଉକ୍ତ କାର୍ଯ୍ୟକ୍ରମରେ ରୁରାଲ ଲାଇଫ ଲାଇନ ଟ୍ରଷ୍ଟର ଡ଼ାଇରେକ୍ଟର ଶିବାଜୀ ପଣ୍ଡା,ଶାନ୍ତନୁ ପଣ୍ଡା,ମଗସିର ପାଣ୍ଡେ ,ମ୍ରିଦା ଫାଉଣ୍ଡେସନ ର ଅର୍ଜୁନ ମାଝୀ, ରାଜୀବ
ଭୋଇ, କୁଇବାହଲ ହାଇସ୍କୁଲର ପ୍ରଧାନଶିକ୍ଷକ ମୁରଲୀ ଧର ବିଶ୍ୱାଳ, ବିନିକା ସିଦ୍ଧାର୍ଥ ଜୁନିୟର କଲେଜ ପ୍ରିନ୍ସପlଲ ରେଖା ପଧାନ, ଲାଇବ୍ରେରୀ ଅନ ଗରିବ ସାଲମା, ହେଲ୍ପ ଟୁ ଅଦର ଗୃପର ସୃଜନ ପଣ୍ଡା ପ୍ରମୂଖ ଉପସ୍ଥିତ ରହି ବିହନ ଗୋଲା ଫିଙ୍ଗିଥିଲେ।