-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ସ୍ବାସ୍ଥ୍ୟ ପରୀକ୍ଷା ପରେ ଅପହରଣକାରୀ ବିକ୍ରମକୁ କୋର୍ଟ ଚାଲାଣ କଲା ବଲାଙ୍ଗୀର ପୋଲିସ

16-Jun-2021



ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର): ଗତକାଲି ବନ୍ଧୁକ ମୁନ ରେ ୩ଜଣଙ୍କୁ ବନ୍ଧକ ଘଟଣାରେ ଅପରାଧୀ ବିକ୍ରମ ପଣ୍ଡାକୁ ୫ ଘଣ୍ଟାର କଡ଼ା କସରତ ପରେ କାବୁ କରି ଅଟକ ରଖିଥିଲା ବଲାଙ୍ଗୀର ପୋଲିସ।  ଆଜି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ଅପରାଧୀ ବିକ୍ରମ ପଣ୍ଡାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ବଲାଙ୍ଗୀର ଟାଉନଥାନା ଆଇ. ଆଇ.ସି. କେ.ପ୍ରିୟଙ୍କା ରାଉତ ରାୟ,ଏସ.ଡ଼ି.ପି.ଓ. ତୋଫାନ ବାଗ ଘଟଣାର ସମସ୍ତ ବିବରଣୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି। ଯେଉଁଥିରେ ଅପରାଧୀ କୁହାଯାଉଥିବା ବିକ୍ରମ ପଣ୍ଡାର ପ୍ରେମ ସମ୍ପର୍କ ରହିଥିଲା ଓ ସେ ନିଜ ପ୍ରେମକୁ ହାସଲ କରିବା ପାଇଁ ଝିଅର ମାମୁଁ ଘରକୁ ପଶିଥିଲା । ବନ୍ଧୁକ ମୁନରେ ତିନି ଜଣଙ୍କୁ ବନ୍ଧକ ରଖି ତାଙ୍କ ଭାଣଜିକୁ ଡ଼ାକିବା ପାଇଁ ଧମକ ଚମକ ଦେଇଥିଲା ନ ହେଲେ ବନ୍ଧକ ଥିବା ତିନି ଜଣଙ୍କୁ ଜୀବନରେ ମାରିଦେବା ଭଳି ଧମକସହ ଚେତାବନୀ ଦେଇଥିଲା। ସେପଟେ କଳେବଳେ କୌଶଳେ ହୋତା ପରିବାର ଅପହରଣକାରୀକୁ ଗୋଟେ କୋଠରୀରେ ବନ୍ଦ କରି ଅନ୍ୟ ଏକ କୋଠରୀରେ ରହି ଯାଇଥିଲେ l ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗର କଡ଼ାକଡ଼ି ଉଦ୍ୟମ ଓ ୪ଘଣ୍ଟାର ସଂଘର୍ଷ ପରେ ଉପରମହଲା ଝରକାରୁ ଉଦ୍ଧର ହୋଇଥିଲେ। ପୋଲିସ ପ୍ରଶାସନର କଠିନ ପରଶ୍ରମ ପରେ ଗୋଟେ ଘଣ୍ଟା ବ୍ୟବଧାନରେ ଅର୍ଥାତ ସାଢ଼େ ୫ ଘଣ୍ଟାର କସରତପରେ ଅପରାଧୀ ବିକ୍ରମ ପଣ୍ଡାକୁ ଗିରଫ କରିଥିଲା l ଗିରଫ ସମୟରେ ଗୋଟେ ଦେଶୀ ପିସ୍ତଲ,ତିନିଟି ଫୁଟା ଗୁଳିି  ଗୋଟେ ଚାକୁ ୨୯ ଇଞ୍ଚ ଲମ୍ବା ଏବଂ ଅପରାଧୀ ଆସିଥିବା ଗୋଟେ ୟମାହ ଏଫଜେଡ ଗାଡ଼ି (ଓଡ଼ି-୦୩ଏ -୭୦୮୦) କୁ ଜବତ କରିଥିବା ସୂଚନା ଦେଇଛି ପୋଲିସ। ତେବେ ଏହି ଘଟଣା ସହର ମଧ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ଅପରାଧୀ ବିକ୍ରମ ପଣ୍ଡା ଏହି ଅପରାଧ ପାଇଁ ନିଜକୁ ଦୋଷୀ ସ୍ୱୀକାର କରୁ ନଥବା ଓ କୋୖଣସି ଲଜ୍ଜାଜନକ ବିଷୟ ନୁହଁ ବୋଲି ଗଣମାଧ୍ୟମ ଆଗରେ କହିଛି l ବିକ୍ରମ କହିଛି ଯେ ସେ ଦିବ୍ୟ ଲୋଚନ ହୋତାଙ୍କ ଭାଣଜିଙ୍କୁ ଭଲ ପାଉଥିଲା ଓ ଦୀର୍ଘ ଦୁଇ ବର୍ଷ ହେବ ଦୁହିଁଙ୍କ ପ୍ରେମ ସମ୍ପର୍କ ଥିଲା l ଝିଅ ର ବାପା ଓ ତା ଭାଇ ଏ ସମ୍ପର୍କକୁ ମିଛ କହିବା ସହ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ଟାଇମ ପାସ ଭଳି ନାଁ ର ଆଖ୍ୟା ଦେଇଛନ୍ତି l ଅପରାଧୀ ପ୍ରେମିକ ଏହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ମାମୁଁ ଘରକୁ ବନ୍ଧୁକ ଧରି ପଶିଥିଲା ଓ ତା ପ୍ରେମିକାକୁ ଡାକି ସତ୍ୟାସତ୍ୟ ଜାଣିବା ପାଇଁ ଧମକ ଚମକ ଦେଇଥିବା ସ୍ୱୀକାର କରିଛି। ଅପହରଣରେ ବ୍ୟବହାର କରିଥିବା ବନ୍ଧୁକ ଦୀର୍ଘ ଦୁଇବର୍ଷ ହେବ ବୌଦ୍ଧ ଅଂଚଳରୁ ଆଣିଥିବା କହିଛି ବିକ୍ରମ । ଅନ୍ୟପଟେ ବଲାଙ୍ଗୀର ପୋଲିସ ଏହି ଅପହରଣ ଘଟାଇଥିବା ଅପରାଧୀ ବିକ୍ରମ ପଣ୍ଡାଙ୍କ ନାଁ ରେ ଟାଉନ ପୋଲିସ କେଶ ନ -୦୩୩୩, ୧୫,୬, ୨୦୨୧ୟୁ/ଏସ ୩୪୨/୪୫୦/୩୫୩/୨୯୪/୫୦୬/୩୦୭/ଆଇ,ପି,ସି, ୨୫/୨୭/୩୩୪/୨୦୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ବେଆଇନ ଭାବେ ବ୍ୟବହୃତ ବନ୍ଧୁକ କେଉଁଠୁ ପାଇଛି,କାହା ପାଖରୁ ଆଣିଛି ତାର ତଦନ୍ତ ଜାରି ରଖିଛି ପୋଲିସ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like