-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jun-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ଦକ୍ଷିଣ ପଶ୍ଚିମ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇଛି । ମହାନଦୀର ଉପର ଅବବାହିକର ଆସନ୍ତା 24 ଘଣ୍ଟାରେ ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା ରହିଛି। ବର୍ଷା ଜନିତ ନଦୀରେ ପାଣି ହେବ । କିନ୍ତୁ ବନ୍ୟା ପରିସ୍ଥିତି ନାହିଁ । ଉପର ଅବବହିକ୍ୱାରେ 14 ଏମଏମ ବର୍ଷ ହୋଇଛି । ହୀରକୁଦରେ 600. 79 ଫୁଟ ଜଳ ସ୍ତର ରହିଛି । ପ୍ରତି ସେକେଣ୍ଡରେ 23 ଶହ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 13 ହଜାର କ୍ୟୂସେକ ଜଳ ପାୱାର ଚ୍ୟାନେଲ ଦ୍ୱାରା ନିଷ୍କାସିତ ହେଉଛି । ତଳମୁଣ୍ଡରେ 10 ଏମଏମ ବର୍ଷ ହୋଇଛି। ୟାସ ପାଇଁ 126 ଟିରୁ 121 ଘାଇ ବର୍ତ୍ତମାନ ସୁଧା ମରାମତି ହୋଇସାରିଛି । କ୍ଷୁଦ୍ର ଜଳସେଚନ ବିଭାଗର 127 ରୁ 105 ଘାଇ ମରାମତି ସମ୍ପୂର୍ଣ ହୋଇଛି । ଆମର ଅଫିସର ମାନେ ସମ୍ପୂର୍ଣ ସଜାଗ ରହିଛନ୍ତି । ଆସନ୍ତା 3 ଦିନ ମଧ୍ୟରେ 3 ଇଞ୍ଚ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଜ୍ୟୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ , ଜଳସମ୍ପଦ ବିଭାଗ ସୂଚନା ଦେଇଛନ୍ତି l