-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jun-2021
ବରଗଡ଼ (ମୁକୁନ୍ଦ ଦାସ) :କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲକଡାଉନ ପାଇଁ ଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି। ତେଣୁ ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନ (TEAM CARUNA, CPLO)ର ମିଳିତ ଉଦ୍ୟମ ରେ ଆଜି ଗାଇସିଲେଟ ବ୍ଲକ ର ଭୁତି ବାହାଲ,ସର୍ଗି ପାଲି,ନାଥ ପାଲି,କନ୍ଦାଗାଡ,ଟେଂଗନାପାଲି, ଭାଂଗମୁଣ୍ଡା,ଜଡା ମୁଡା,ଜାମୁଠ ବାହାଲ, କୁ ଯାଇ ସର୍ବମୋଟ ୧୧୦ପାକେଟ୍ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା।ଅନେକ ଦିବ୍ୟାଂଗ ମାନଙ୍କୁ ମଧ୍ଯ ରାସନ ସାମଗ୍ରୀ ଦିଆଯାଇଥିଲା। ଏଥିରେ ନିଷ୍ଠାର ସଦସ୍ଯ ତଥା ପୁର୍ବତନ ସାଂସଦ ପ୍ରଭାସ ସିଂହ ଯୋଗଦେଇ ରାସନ ସାମଗ୍ରୀ ବଣ୍ଟନ କରିଥିଲେ ।ନିଷ୍ଠାର ଉପସଭାପତି କ୍ଷୀରୋଦ୍ର ସାହୁ,ସଦସ୍ଯ ସତ୍ୟଜିତ ପଟ୍ଟନାୟକ,ରୋହିତ ସାହୁ ଙ୍କ ସମେତ ଗାଇସିଲେଟ ର ଅହିଂସା କ୍ଳବ ର ସଭାପତି ଲକ୍ଷ୍ମଣ ଜୁଆଡି, ସଂପାଦକ ଶିବ ପ୍ରସାଦ ସାହୁ ,ଗୁରୁଦେବ ସାହୁ ଜଗଦାନନ୍ଦ ନାଏକ ପ୍ରମୁଖ ରାସନ ସାମଗ୍ରୀ ବଣ୍ଟନ ରେ ପ୍ରମୁଖ ସହଯୋଗ କରିଥିଲେ ।