-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
କଳାହାଣ୍ଡି,କୋକସରା, (ତ୍ରିନାଥ ବେଶ୍ରା): ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ଆଜିର ଦିନରେ ମା ସାବିତ୍ରୀ ନିଜ ସ୍ବାମୀ ସତ୍ୟବାନଙ୍କୁ ଯମ ରାଜାଙ୍କ ଠାରୁ ଭକ୍ତିରେ ସନ୍ତୁଷ୍ଟ କରାଇ ମୃତ ସ୍ୱାମୀଙ୍କୁ ଜୀବନ୍ୟାସ କରାଇ ମର୍ତ୍ତ୍ୟକୁ ଆଣିଥିଲେ l ସେହି ଦିନ ଠାରୁ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମହିଳା ମାନେ ପାରମ୍ପରିକ ରୀତିନୀତିରେ ସାବିତ୍ରୀ ପୂଜା କରିଥାନ୍ତି। ଚଳିତବର୍ଷ କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ସମଗ୍ର ଜିଲାରେ ଲକ୍ ଡାଉନ୍ ସହ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା l ସମଗ୍ର କଳାହାଣ୍ଡି ଜିଲ୍ଲାରେ କରୋନା ମହାମାରୀ ଯୋଗୁଁ ସାବିତ୍ରୀ ବ୍ରତ ଫିକା ପଡି ଥିବା ଦେଖାଯାଇଛି । ମହିଳା ମାନେ ନିଜ ନିଜ ଘର ପାଖରେ ପୂଜାର୍ଚ୍ଚନା କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଖୁବ ଶୀଘ୍ର କରୋନାର ପ୍ରକୋପ କମିବ ଓ ପ୍ରତିବର୍ଷ ଭଳି ବହୁ ଆଡମ୍ବର ସହକାରେ ଆସନ୍ତା ବର୍ଷ ସାବିତ୍ରୀ ବ୍ରତ କରିବାର ଆଶା ରଖିଛନ୍ତି ମହିଳା ମାନେ l ଆସନ୍ତା ବର୍ଷକୁ କରୋନା ମହାମାରୀ ଦୂର ହୋଇଥିଲେ। ମନ୍ଦିରରେ ପୂଜା କରିବେ ବୋଲି ଆଶା ରଖିଛନ୍ତି । ଏଥିରେ ମହିଳା ମାନେ ଦିନ ସାରା ଉପବାସ ରହି ସ୍ୱାମୀ ମାନଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏବେ କୋଭିଡ଼ି ପାଇଁ ସରକାରଙ୍କ ନିୟମକୁ ମାନି ନିଜନିଜ ଘରେ ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖା ଯାଇଥିଲା ।