-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ସିଏଚଏସଇ କୁ ଘାରିଛି ବିକଳ୍ପ ମାର୍କିଂ ଚିନ୍ତା: ଆସନ୍ତାକାଲି ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକ

10-Jun-2021



ଭୁବନେଶ୍ୱର(ଶୁଭାଶିଷ ନାୟକ):  ରାଜ୍ୟରେ + ୨ ପରୀକ୍ଷା ଲାଗି ବିକଳ୍ପ ବ୍ୟବସ୍ଥାରେ ମାର୍କିଂ ନେଇ ସିଏଚଏସଇ କସରତ ଚଳାଇଛି । ପିଲାଙ୍କୁ ବିନା ପରୀକ୍ଷାରେ କିପରି ସାର୍ଟିଫିକେଟ୍ ଦିଆଯିବ ସେଥିଲାଗି ବିଚାର ବିମର୍ଶ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ କେଉଁ ପଦ୍ଧତିରେ ମୁଲ୍ୟାଙ୍କନ କରାଯିବ ଏବଂ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳ ପ୍ରକାଶ ପାଇବ ସେଥିଲାଗି ପ୍ରକିୟା ଆରମ୍ଭ ହୋଇଥିବା ବେଳେ ବୁଧବାର ଥିଲା ସମୀକ୍ଷାର ତୃତୀୟ ଦିବସ ।
୧୪ଜଣିଆ ବିଶେଷଜ୍ଞ କମିଟି ପକ୍ଷରୁ ବିଭିନ୍ନ ମହଲରୁ ମତାମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତ୍ଙ୍କ ତାଲିକା ପ୍ରସ୍ତୁତ କରାଯାଇ ମତାମତ ସଂଗ୍ରହ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ କିପରି ଥିଓରୀ ମାର୍କିଂ ଲାଗି ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ବିଚାର ବିମର୍ଶ କରିବା ଲାଗି ବିଭିନ୍ନ ମତ ସଂଗ୍ରହ ହୋଇଛି । ଯେଉଁ ତାଲିକାରେ ବିଭିନ୍ନ ଡିଗ୍ରୀ କଲେଜ, ଜୁନିୟର କଲେଜ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସରଙ୍କ ମତ ସଂଗ୍ରହ କରାଯାଇଛି । +୨ ଫାଇନାଲ୍ ପରୀକ୍ଷା ହୋଇନଥିବା ବେଳେ ପ୍ରଥମ ବର୍ଷ ପରୀକ୍ଷା ମଧ୍ୟ ହୋଇନାହିଁ । ଫଳରେ କେଉଁ ଆଧାରରେ ପିଲାଙ୍କୁ ସାର୍ଟି ଫିକେଟ୍ ମିଳିବ ତାହା ଚିନ୍ତାର କାରଣ ପାଲଟିଛି ।  ତେବେ ଗଠିତ ବିଶେଷଜ୍ଞ କମିଟିର ୨ୟ ବୈଠକ ଆସନ୍ତା ୧୧ତାରିଖରେ ବସିବ ବୋଲି ଧାର୍ଯ୍ୟ ହୋଇଛି, ଏହାପୂର୍ବରୁ କିଛି ଠୋସ୍ ‘ଫର୍ମୂଲା’ ନେଇ ବିଶେଷଜ୍ଞମାନେ ଉଦ୍ୟମ କରୁଛନ୍ତି ।
ପ୍ରକାଶଥାଉ କି,   ରାଜ୍ୟରେ ୨୦୬୨ଟି ଜୁନିୟର କଲେଜ ରହିଛି । କଳା,ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ସାଢେ଼  ୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ । ମାତ୍ର କରୋନା ଲାଗି ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପରୀକ୍ଷାକୁ ବାତିଲ କରାଯାଇଛି । ତେଣୁ କେଉଁ ଆଧାରରେ ମାର୍କିଂ କରାଯିବ, ସେଥିଲାଗି ବିଶେଷଙ୍କ କମିଟି ରାଜ୍ୟର ଶିକ୍ଷାବିତ୍ଙ୍କ ମତାମତକୁ ଗୁରୁତ୍ୱ ଦେଇ ବିଚାର କରିବାକୁ ଯାଉଛି । ତେବେ ତୃତୀୟ ଦିନରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନଥିବା ବେଳେ ଆଜି ପ୍ରାୟ ୧୭ଜଣ ଶିକ୍ଷାବିତଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।
ଶୁକ୍ରବାର ହେବାକୁ ଥିବା ୨ୟ ବୈଠକରେ ପୂର୍ବ ପ୍ରସ୍ତୁତ ରୋଡ୍ମ୍ୟାପ୍ରେ ଯେଉଁ ସବୁ ତଥ୍ୟ ଉପସ୍ଥାପନ କରାଯିବ ତାହାର ରେକର୍ଡିଂ କରାଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ସେହିପରି କମିଟି ପାଖରେ ୧୦ଦିନ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଆଗକୁ କିଛି ସରକାରୀ ଛୁଟିଥିବାରୁ କମିଟି ନିଷ୍ପତ୍ତିରେ ସାମନ୍ୟା ବିଳମ୍ବ ହେବାର ଆଶଙ୍କା ରହିଛି । ଚର୍ଚ୍ଚାହେଉଛି, ଆସନ୍ତା ୨୦ତାରିଖ ମଧ୍ୟରେ କମିଟି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବ । ସେହିପରି ରେଜଲ୍ଟ ପ୍ରକାଶ ପାଇବା ପରେ ଆଗକୁ +୨ ଏବଂ +୩ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ତେଣୁ କେଉଁ ଆଧାରରେ ଚଳିତବର୍ଷ ନାମଲେଖା ପ୍ରକ୍ରିୟା ହେବ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ଅପରପକ୍ଷେ +୨ ପ୍ରଥମବର୍ଷ ବିଜ୍ଞାନ ନାମଲେଖା ଲାଗି ପୂର୍ବବର୍ଷଗୁଡ଼ିକରେ ଯେଉଁ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା ଚଳିତବର୍ଷ ସେଥିରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like