-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ): ଓଡ଼ିଶା ବିଧାନସଭାରର ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ଯେ ଉତ୍ପାଦନର 50 ପ୍ରତିଶତ ଦେଖିଲେ 2930 କରିବା କଥା ଏମ ଏସ୍ ପି । ଏହା ସ୍ୱାମୀନାଥନ କମିଟି ରିପୋର୍ଟରେ ଅଛି। ହେଲେ କେନ୍ଦ୍ର ତାକୁ ନିଜ ହିସାବରେ ପ୍ରତିବର୍ଷ କିଛି କିଛି ଏମ ଏସ୍ ପି ବଢ଼ାଉଛନ୍ତି। ଏଥର 72 ଟଙ୍କା ବଢ଼ାଇଛନ୍ତି। ତାକୁ ଆମେ ସ୍ୱାଗତ କରୁଛୁ ବୋଲି ବିଜେଡି ବିଧାୟକ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଚାଷୀର ଉତ୍ପାଦନ ବଢିଲେ ଚାଷୀ ଖୁସି ହେବ। କରୋନା ମହାମାରୀ ସମୟରେ ଏମ୍ ଏସ୍ ପି ବଢାଇବାର ଆବଶ୍ୟକତା ଥିଲା। ତେଣୁ ଧନ୍ୟବାଦ। ହେଲେ ଯେଉଁ ଠାରେ ଖାଇବା ତେଲ, ଡିଜେଲ, ପେଟ୍ରୋଲ ଦର ଆକାଶ ଛୁଆଁ ହେଲାଣି, ତାକୁ କେନ୍ଦ୍ର ସରକାର ହିସାବ କରୁଛନ୍ତି ନା ନାହିଁ, ତାହା ପ୍ରଶ୍ନ। ଡିଜେଲ ଦର ବଢିଲେ ସିଧା ଚାଷୀକୂଳକୁ ଓ ଉତ୍ପାଦନକୁ ପ୍ରଭାବିତ କରିବ। ଗୋଟିଏ ପଟେ 72 ଟଙ୍କା ଏମ୍ ଏସ୍ ପି ବୃଦ୍ଧି, ଅନ୍ୟପଟେ ଦରଦାମ ବଢୁଛି। କେନ୍ଦ୍ର ସରକାର ହିସାବକୁ ନେବା କଥା ବାସ୍ତବ ହିସାବ କଣ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ପ୍ରତାପ ଜେନା l ଅନିଶ୍ଚିତ ଓ ଦୁଃଖ ଏଥିପାଇଁ ଯେ ଦର ଦାମ ବୃଦ୍ଧି ସମୟରେ 72 ଟଙ୍କା କେତେ କାମରେ ଲାଗିବ। ତେଲ ଖର୍ଚ୍ଚ ଉତ୍ପାଦନରେ ମିଶିଵ। ତେଣୁ 2930ରୁ ଅଧିକ ବି ହେବା କଥା। ପ୍ରଶ୍ନ ଉଠୁଛି, ଏହି 72 ଟଙ୍କା କାମରେ ଆସିବ ତ ବୋଲି ପୁଣିଥରେ କେନ୍ଦ୍ର ଠୁ ଜାଣିବାକୁ ଚାହିଁଛନ୍ତି ବିଜେଡି ବିଧାୟକ ଜେନା l