-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||     

HOME   ଜିଲ୍ଲା

ଚାଷୀଙ୍କ ପ୍ରତି ନିର୍ଦୟ ନ ହୋଇ ସରକାରୀ ମଣ୍ଡିରେ ଥିବା ଧାନ ତୁରନ୍ତ ସରକାର କିଣନ୍ତୁ: ନିରଞ୍ଜନ ପଟ୍ଟନାୟକ

07-Jun-2021



ଭୁବନେଶ୍ୱର(ଶୁଭାଶିଷ ନାୟକ): ଏହି କରୋନା କାଳରେ ଚଳିତ ବର୍ଷ ରବି ଧାନ ଫସଲ ଫଳେଇବା ପାଇଁ ଚାଷୀ କମ କଷ୍ଟ କରିନାହିଁ l ଚାଷୀ କୁ ବହୁ କଷ୍ଟ କରିବାକୁ ପଡିଛି। କରୋନାର ଭୟ କୁ ବେଖାତିର କରି ସେ ଫସଲ ଫଳେଇଲା l ଧାନ ଅମଳ ବେଳକୁ ମାଡିଆସିଲା କାଳ ବୈଶାଖୀ l ପାଚିଲା ଧାନ କୁ ପାଣିରୁ ଛାଣି ଆଣି ଅମଳ କରିବା ଓ ତାକୁ ଶୁଖେଇବା ପାଇଁ ନୟାନ୍ତ ହେଲା ଚାଷୀ l ତା ପରେ ପରେ ଆସିଲା ୟାସ ବାତ୍ୟା l ଅମଳ ହୋଇଥିବା ଧାନ କୁ ସୁରକ୍ଷିତ ରଖିବା ପାଇଁ ଝାଳ ନାଳ ହୋଇଗଲେ ଚାଷୀ l ମାତ୍ର ଏତିକିରେ ସେମାନଙ୍କ ଦୁର୍ଦଶା ର ଅନ୍ତ ହେଲା ନାହିଁ l ଏବେ ଦୁର୍ଦଶା ହେଉଛି ଧାନ ବିକିବା ପାଇଁ l ଆଗର ଦୁର୍ଦଶା ପାଇଁ କାରଣ ଥିଲା ମହାମାରୀ କରୋନା ଏବଂ ପ୍ରକୃତି l ମାତ୍ର ଏବେ ସେମାନଙ୍କ ଦୁର୍ଦଶା ର କାରଣ ହେଉଛନ୍ତି ସରକାର ବୋଲି ଆଜି ର ଏକ ବିଜ୍ଞପ୍ତିରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ।
ସେ କହିଛନ୍ତି ଚାଷୀଙ୍କ ଠାରୁ ଧାନ କିଣିବା କ୍ଷେତ୍ରରେ ଅଦ୍ଭୁତ ନୀତି ସରକାରଙ୍କର l ଚାଷୀ ଯାହା ଧାନ ଅମଳ କଲା, ସେଥିରୁ କେତେ ସରକାର କିଣିବେ ତାର ଠିକଣା ନାହିଁ l କାହାର କେତେ ଧାନ ଅମଳ ହେବ ତା ପାଇଁ ସରକାର ଆର ଆଇ ମାନଙ୍କ ଦେଇ ଏକ ଆକଳନ କରିଥିଲେ l ପଟ୍ଟା ଏବଂ ଜମିର କାଗଜ ପତ୍ର ମାଗିଲେ ରେଜିଷ୍ଟ୍ରସନ ପାଇଁ l ସେଥିପାଇଁ ଚାଷୀ ମଧ୍ୟ କମ ଧାଁ ଧପଡ଼ କରିନାହିଁ l କିନ୍ତୁ ସେସବୁ ଚୁଳିକି ଗଲା l ଆକଳନ ମୁତାବକ ଟାର୍ଗେଟ ଆସିଲା ନାହିଁ l ସବୁ ଧାନ କିଣାଯିବ ନାହିଁ ବୋଲି ସରକାର ନିଷ୍ପତି କରି ଶୁଣାଇଦେଲେ ଚାଷୀଙ୍କୁ l କିନ୍ତୁ କେତେ କିଣାଯିବ କହିଲେ ନାହିଁ l କହିଲେ ଚାଷୀଙ୍କ​ ପାଖରେ ଟୋକନ ପହଞ୍ଚିବ l ଟୋକନ ପହଁଚିଲା l ମାତ୍ର ସେଥିରେ ଚାଷୀ ଅମଳ କରିଥିବା ଧାନ ର ଏକ ତୃତୀୟାଂଶ ମାତ୍ର ଦର୍ଶା ଯାଇଥିଲା l ହେଲେ ତା ମଧ୍ୟ​ କିଣା ଗଲାନାହିଁ​ l​ ଟୋକନ ନେଇ ମଣ୍ଡି କୁ ଗଲାବେଳକୁ ମିଲ ଵାଲା ଆସିଲା ନାହିଁ l
ଫଳରେ ଅନେକ ଚାଷୀ ଙ୍କ ଟୋକନ ଅକାମି ହୋଇଗଲା l ଟୋକନ ବ୍ୟବସ୍ଥା ମଧ୍ୟ ଚାଷୀ ପାଇଁ ଏକ ପେଁଚ l ଆଗରୁ ଟୋକନ ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିଲା l ମାତ୍ର ଏବେ ତାକୁ​ ପନ୍ଦର ଦିନ ପରେ ଅକାମି କରି ଦିଆ ଯାଉଛି l ଫଳରେ ସେହି ସମୟ ଭିତରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନପାରିଲା ନାହିଁ​ ​ l ତାହାହିଁ ହେଇଛି ଅନେକ ଚାଷୀଙ୍କ କ୍ଷେତ୍ରରେ l​ ଏମିତି ବି ଚାଷୀ ଅଛନ୍ତି ଯେଉଁ ମାନଙ୍କ ପାଖରେ ଏବେ ସୁଦ୍ଧା ମେସେଜ ପହଂଚି ନାହିଁ କି ଟୋକନ ବି ପଂହଁଚିନି l ସେମାନେ ସମସ୍ତେ ଡହଳ ବିକଳ ଧାନ ବିକିବା ପାଇଁ।ଏହା ସାଙ୍ଗକୁ ମିଲର ମାନଙ୍କ ମନମାନି l କେବେ​ ଧାନ ସେମାନେ ମଣ୍ଡିରୁ ନେବେ ତାର କୌଣସି ଠିକ ଠିକଣା ନାହିଁ l
ଫଳରେ କେବେ ଧାନ ମପା ହେବ ସେ ବିଷୟରେ ଜାଣିବା ପାଇଁ ଚାଷୀ​ ମଣ୍ଡି କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି lଧାନ ବିକିଲା ବେଳେ ଚାଷୀ ଙ୍କ ଉପରେ ଜୁଲୁମ l ସେମାନେ କଟଣୀ ଓ ଛଟଣି ର ଶିକାର ହେଉଛନ୍ତି l ଠାଏ ଠାଏ ୭/ ୮ କିଲୋ ଧାନ କଟା ଯାଉଛି l​ ସେମାନଙ୍କ ଧାନ ର ଗୁଣବତ୍ତା କୁଆଡେ ନାହିଁ l ସେଥିରେ ଆଦ୍ରତା ଅଛି l ସବୁ ଦୋଷ ଓ ବୋଝ ଚାଷୀଙ୍କ ଉପରେ ନଦି ଦେଉଛନ୍ତି ସରକାର​ lଧାନ କିଣିଲା ବେଳେ ଅଖା ମିଲ ମାଲିକ ଦେବା କଥା l ମାତ୍ର ତାହା ହେଉ ନାହିଁ l ଚାଷୀ କୁ ଅଖା ସହ ଧାନ ଦେବାକୁ ପଡୁଛି l ଅଖା ପିଛା ୨୫ ଟଙ୍କା ଚାଷୀ କୁ ଭରଣା କରିବାକୁ ପଡୁଛି l ଅଫିସର, ମିଲ ମାଲିକ ଆଉ ନେତା ଏକାଠି ହୋଇ ଚାଷୀଙ୍କୁ ଲୁଟ କରିବାରେ ଲାଗିଛନ୍ତି​ l ପ୍ରଦେଶ କଂଗ୍ରେସ ଚାଷୀଙ୍କ ଏହି ଦୁର୍ଦଶା କୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇଛି ଏବଂ ସରକାର ଯଦି ଏହାର ତୁରନ୍ତ ପ୍ରତିକାର​ ନ ନିଅନ୍ତି, ତେବେ ରାଜ୍ୟର ସମସ୍ତ ମଣ୍ଡି ଏବଂ ବ୍ଲକ ଅଫିସ ସାମ୍ନାରେ ଚାଷୀ ମାନେ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟନାୟକ​ ଚେତାବନୀ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026

You Might Also Like