-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
06-Jun-2021
ବରପାଲି(ପ୍ରେରଣା ଖବର): ବରଗଡ଼-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥର ବରପାଲି ଥାନା ଅନ୍ତର୍ଗତ ଟିଙ୍ଗିପାଲି ଗ୍ରାମ ନିକଟ ଏକ ଚାଷ ଜମିରେ ଗୋରୁ ବୋଝେଇ ଦଶ ଚକିଆ କଣ୍ଟେନର୍ ଓଲଟିପଡିଥିଲା । ବଲାଙ୍ଗୀର ପଟରୁ ଆସୁଥିବା ଓଡି ଠ୧ଏଚ୍ ୮୮୬୯ ନମ୍ବର ବିଶିଷ୍ଟ ଏକ ଗାଡି ଭାରସାମ୍ୟ ହରାଇ ପଲଟି ଯାଇଥିଲା । ଲୋକେ ପହଂଚିଲା ବେଳେ ସେଠାରେ ୩ଠ ଗୋରୁଙ୍କ ମୃତ୍ୟୁ ହୋଇ ସାରିଥିଲା । ଗାଡିର ହେଲ୍ପର ମଧ୍ୟରେ ଗାଡିରେ ଚାପି ହୋଇ ମୃତ୍ୟୁବରଣ କରିଛି । ବରପାଲିତହସିଲଦାର ଅକ୍ଷୟ ବାଗଙ୍କ ଉପସ୍ଥିତିରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋରୁ ଗୁଡିକର ଗୋଡ ଦଉଡିରେ ବନ୍ଧା ହୋଇଥିବା ଦେଖାଯାଇଥିଲା । ଗାଡିଟି ବାଲେଶ୍ୱର ଜିଲ୍ଲାର ଏସ୍.କେ ସାବନ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି । ତେବେ ଏତେ ସଂଖ୍ୟକ ଗୋରୁ ବେଆଇନ ଭାବେ ଚାଲାଣ ହେଉଥିଲା ଓ ନା ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା, ତାହାର ପୋଲିସ ତଦନ୍ତ କରୁଛି ।