-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
06-Jun-2021
କଣ୍ଟାବାଞ୍ଜି, (ଆନନ୍ଦ କୁମାର ମୋଟେ) କଣ୍ଟାବାଞ୍ଜି ଶ୍ୟାମ ସେବା ସମିତି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଂଟନ କରାଯାଉଛି । ସ୍ଥାନିୟ ଡାକ୍ତରଖାନାରେ ରୋଗୀ ଏବଂ ତାଙ୍କ ସମ୍ପକିୟ ମାନଙ୍କ ରନ୍ଧ୍ୟା ଖାଦ୍ୟ ବଂଟନ ମଧ୍ୟ କରିଥିଲେ । ବର୍ତମାନ ସମୟରେ କରୋନା ଯୋଗୁି ଦିନ ମଜୁରିଆ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଲି ଅସହାୟ ମାନଙ୍କୁ ଖୋଜି ବାହାର କରି ସେବା ସମିତିର ସଦସ୍ୟ ମାନେ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । ଧାମନଡଂଗା ସ୍ଥିତ ବିଚାର ବିଭାଗିୟ ହାଜତକୁ ଯାଇ ସେଠାରେ ଥିବା ଅନ୍ତେବାସିଙ୍କୁ ଖାଦ୍ୟ ସାମଗ୍ରୀ, କ୍ୟାରେମ ବୋର୍ଡ ସହ ମାକ୍ସ ଦେଇଥିଲେ । ସେବା ସମିତିର ଅରୁଣ ଗର୍ଗ, ଅନିଳ ଅଗ୍ରୱାଲ, ଅଶୋକ ବାରୁ, କାଲୁ ବନ୍ସଲ , ଅଶୋକ ତେଲି ପ୍ରମୁଖ ଲୋକଙ୍କ ପାଇଁ ଦିନରାତି ଏଭଲି କାମ କରୁଛନ୍ତି ।