-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
05-Jun-2021
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ): ଆଗଲପୁର ବ୍ଲକ ନଅଗାଁ (ଖ) ରେ ବିଜେପି ପକ୍ଷରୁ ବୃକ୍ଷରୋପଣ ଓ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱ ପରିବେଶ ଦିବସ ଅବସରରେ ନଅଗାଁ (ଖ)ରେ ବିଧାୟକ ଡ଼. ମୁକେଶ ମହାଲିଙ୍ଗ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ l ଏହି ଅବସରରେ ଆରଏସଏସ ତରଫରୁ ଡ଼. ମୁକେଶ ମହାଲିଙ୍ଗଙ୍କ ଜରିଆରେ କୋଭିଡ-19 ଉପଲକ୍ଷେ ଲୋକଙ୍କ ନିକଟକୁ ପହଂଚାଇବା ଲାଗି ଲୋଇସିଂହା ଓ ଆଗଲପୁର ମାହେଶ୍ୱରୀ ଗ୍ରୁପକୁ ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିମିଟର ପ୍ରଦାନ କରାଗଲା l କାର୍ଯ୍ୟକ୍ରମରେ ଗୌରାଙ୍ଗ ନାଏକ, ରାଜୁ ସାହୁ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସୁନିଲ ଦାସ ଓ ବିଜେପିର ଅନ୍ୟାନ୍ୟ କର୍ମକର୍ତା ସହଯୋଗ କରିଥିଲେ l