-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଗାଈଖାଇ ଜଳ ସେଚନରେ ଚାଲିଛି କାମ: ସୂଚନା ଫଳକ ନାହିଁ - ବୁଡି ଅଂଚଳର ଚାଷୀ ସହାୟତା ପାଇବାକୁ ଦାବୀ,  ନହେଲେ ଆନ୍ଦୋଳନ ଧମକ

05-Jun-2021



ଡୁଙ୍ଗୁରିପାଲି-(ପ୍ରେରଣା ଖବର)-ବଲାଙ୍ଗିର ଜିଲ୍ଲା ସାଲେଭଟାଠାରେ ରହିଛି ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ।ଗତ ୧୯୭୪ ମସିହାରେ ନିର୍ମିତ ଏହି ପ୍ରକଳ୍ପ ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କେତେକ ପଞ୍ଚାୟତର ଗ୍ରାମକୁ ଉକ୍ତ ପ୍ରକଳ୍ପରୁ ପାଣି ଚାଷୀର ଜମିକୁ ଯାଉଛି ।  ରାଜ୍ୟ ସରକାରଙ୍କ ଗେଜେଟେଡରେ ପ୍ରକାଶିତ  ନଂ.୩୯୭୬୦ଏଲ୧୦/୭୪ ତ ୧୩.୭.୭୪ ଅନୁସାରେ ଉକ୍ତ ପ୍ରକଳ୍ପ ହେବା ପାଇଁ  ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ ଲୁହୁରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମନୁପାଲି ଗ୍ରାମର କେତେକ ଚାଷୀଙ୍କ ଜମି ବୁଡି ଯାଉଥିବାରୁ ଜମି ଛାଡିବାକୁ କୁହାଯାଇଥିଲା ।  ସେତେବେଳେ ଉକ୍ତ ପ୍ରକଳ୍ପ ପାଇଁ ଲୋକେ ଜମି ଛାଡି ଦେଇଥିଲେ । କିନ୍ତୁ ବର୍ତ୍ତମାନ ଚାଷୀମାନେ ପ୍ରକଳ୍ପରେ ବୁଡି ଯାଇଥିବା ଜମିର କ୍ଷତି ପୁରଣ ପାଇ ନଥିବା  ଏବଂ ଯଦି ତାଙ୍କର ପୂର୍ବପୁରୁଷ ଲୋକେ ପାଇଛନ୍ତି ତାହେଲେ ଏହାର ପ୍ରମାଣ ଦେଖାଇବାକୁ ଚାଷୀମାନେ ଦାବୀ କରୁଛନ୍ତି । ଆହୁରି ମଧ୍ୟ ବର୍ତ୍ତମାନ ଏହି ପ୍ରକଳ୍ପ କାମ ୪କୋଟି ୩୯ଲକ୍ଷ

ଟଙ୍କାରେ ଏହାର ମାଟି ଏବଂ ବନ୍ଧ କାମ ଚାଲିଛି ।  ପୁର୍ବରୁ ଥିବା ସରପ୍ଲସଠାରୁ ବର୍ତ୍ତମାନ ଏକ ମିଟର ଉଚ୍ଚା କରାଯିବାକୁ କାମ ଚାଲିଛି । ବର୍ତ୍ତମାନ ଏକ ମିଟର ଉଚ୍ଚ ହେଲେ ଜଳ ଧାରଣାର କ୍ଷମତା ବୃଦ୍ଧି ହେବା ସହିତ ମନୁପାଲି ଗ୍ରାମର ଚାଷ ଜମି ଜଳ ମଗ୍ନ  ହେବ । ଏଣୁ ଏହାର ସର୍ଭେ କରାଯାଇ କେଉଁ ଚାଷୀଙ୍କ କେତେ ଜମି ଜଳ ମଗ୍ନ ହେବ ସେହି ଅନୁସାରେ କ୍ଷତି ପୁରଣ ଦେବାକୁ ମନୁପାଲି ଗ୍ରାମର ଚାଷିମାନେ ଦାବୀ କରିଆସୁଛନ୍ତି । ସେମାନେ ପ୍ରକଳ୍ପ କାମକୁ ସହଯୋଗ କରିବେ କିନ୍ତୁ କ୍ଷତିପୁରଣ ନ ମିଳିଲେ କାମକୁ ବନ୍ଦ କରାଯିବା ବୋଲି ଗ୍ରାମର ଚାଷୀମାନେ ପ୍ରକାଶ କରିଛନ୍ତି । ଉକ୍ତ ପ୍ରକଳ୍ପରେ  ମନୁପାଲି ଗ୍ରାମର ଚାଷୀ ତ୍ରିଲୋଚନ ସାହୁଙ୍କ ୧୨.୨୪ଏକର ବୁଡିଛି,  ଜଇ ପଧାନର ୨୫.୬୮ଏକର ସରପ୍ଲସ ହେଲେ ବୁଡିଯିବ, ମିରଚା ଗଣ୍ଡାର୧୧.୬୧ ଏକର ଏବଂ ବର୍ତ୍ତମାନ୯ଏକର ବୁଡିଯିବ,  ପବିତ୍ର ଛେଚୁଆ ୨ଏକର, ଶ୍ରୀଧର ଭୁଏ ୬.୨୪ ଏକର ବୁଡିଥିବା ବେଳେ ବର୍ତ୍ତମାନ ୨ଏକର ବୁଡିବ, ତ୍ରିଲୋଚନ ସାହୁର ୫୧ ଡିସିମିଲ, ବୁଡିଥିବା ବେଳେ ମନବୋଧ ସାହୁଙ୍କ ୭୦ଡି. ଏବଂ ବଏଁଶି ସ୍ୱାଇଁର ୭୦ଡିସିମିଲି ବୁଡିଯିବ । ଏଣୁ ବୁଡିବାକୁ ଥିବା ଉକ୍ତ ଜମିର ସରଜମିନ ତଦନ୍ତ କରି କ୍ଷତିପୁରଣ ଦେବାକୁ ଚାଷୀମାନେ ଦାବୀ କରିଛନ୍ତି ।ଉକ୍ତ ପ୍ରକଳ୍ପରୁ ବଲାଙ୍ଗିର ଜିଲ୍ଲାର  ପଟୁଆପଲି, ସାଲେଭଟା, ବକଟୀ, ଲୁହୁରାମୁଣ୍ଡା ପ୍ରଭୃତି ଗ୍ରାମର ୩୧୩୧ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଛକୋରମାଲ, ଲଛିପୁର, ରେଙ୍ଗାଲି, ଖଲିଆପାଲି ଗ୍ରାମର୫୨୦୦ ହେକ୍ଟର ଚାଷ ଜମିକୁ ପାଣି ହେଉଥିବା ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରକାଶ । ବର୍ତ୍ତମାନ କାମ ସଂପୁର୍ଣ୍ଣ ହେଲେ ଜଳ ଭଣ୍ଡାରରେ ଜଳଧାରଣାର କ୍ଷମତା ବୃଦ୍ଧି ହେବା ସହିତ ଅଧିକ ଜମିକୁ ପାଣି ଯାଇ ପାରିବ । କିନ୍ତୁ ଏତେ ପରିମାଣର ଅନୁଦାନରେ ଉକ୍ତ ପ୍ରକଳ୍ପର କାମ ନଲିନୀ ଜେନା ନାମରେ କାମ ଚାଲିଥିବା ବେଳେ କୌଣସିଠାରେ ସୂଚନା ଫଳକ ଦିଆଯାଇ ନାହିଁ । ଏ ସଂପର୍କରେ ବିଭାଗୀୟ  ଯନ୍ତ୍ରୀ ସରୋଜ ବେହୋରଙ୍କୁ ପଚାରିବାରୁ  ଫଳକ ଲୋଇସିଂହାରେ ଦିଆଯାଇଛି ଏବଂ ଠିକାଦାର କାର୍ଯ୍ୟ ତଦାରଖ କରୁଥିବା ବ୍ୟକ୍ତି ଜଣକ ଫଳ ଦିଆଯାଇ ନାହିଁ ପରେ ଦିଆଯିବ ବୋଲି ପ୍ରକାଶ କରିଥିଲେ ।  ଉଭୟଙ୍କ ମଧ୍ୟରେ ତଥ୍ୟର ତାଳ ମେଳ ରହୁନଥିବା ବେଳେ କାମ ଅଗ୍ରଗତିକୁ ନେଇ ସନ୍ଦେହ ଦେଖା ଯାଉଥିବା ଆଲୋଚନା ହେଉଛି ।

ଏମାନେ ଯାହା କହନ୍ତି-

ଆକାଶ ମିଶ୍ର-ଚେୟାରମେନ ପାଣିପଞ୍ଚାୟତ ଗାଈଖାଇ ଜଳସେଚନ ପ୍ରକଳ୍ପ-

ସରକାର ଅଙ୍ଗ ଜଳସେନ ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ କାମ ହୋଇ ନଥିବା ଦୁଃଖ ବିଷୟ । ବର୍ତ୍ତମାନ ଚାଲିଥିବା ପ୍ରକଳ୍ପ କାମ ସଂପୂର୍ଣ୍ଣ ହେଲେ ଅନେକ ଗ୍ରାମର ଚାଷୀ ଉପକୃତ ହେବେ । କିନ୍ତୁ ଜମି ହରାଉଥିବା ବା ପୂର୍ବରୁ ହରାଇ ଚାଷୀ କ୍ଷତି ପାଇ ନଥିଲେ ତଦନ୍ତ କରାଯାଇ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ । କୌଣସି ପ୍ରକାରେ ପ୍ରଜାମାନଙ୍କ ଅସୁବିଧା ନ ହେବା କଥା କିମ୍ବା ପ୍ରକଳ୍ପ କାମ ବନ୍ଦ ନ ହେବା ଉପରେ ଗୁରୁତ୍ୱ ଦେଇଥିଲେ ।
ସୁରେନ୍ଦ୍ର କୁମାର ପଣ୍ଡା ଅତିରକ୍ତ ସହକାରୀ ଯନ୍ତ୍ରୀ, ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

ଏହି ପ୍ରକଳ୍ପ ପୁର୍ବରୁ ଏମଆଇପି ଅଧିନରେ ରହିଥିଲା ।ବର୍ତ୍ତମାନ ମଧ୍ୟମ ଜଳସେଚନ ବିଭାଗକୁ ଆସିଛି ।  ଚାଷୀମାନେ କ୍ଷତି ପୁରଣ ପାଇଛନ୍ତି କି ନାହିଁ ମୁଁ ଜାଣି ନାହିଁ କି  ମୋ ପାଖରେ କୌଣସି ତଥ୍ୟ ନାହିଁ । ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ବୁଝି କହିବି । ସରପ୍ଲସ ଉଚ୍ଚା ହେଲେ ଜମି ବୁଡିବ ।ଏଥିପାଇ ଆଗରୁ ସର୍ଭେ ହୋଇ କ୍ଷତି ପୁରଣ ପାଇଥିବା କଥା । ଯଦି ପାଇ ନାହାନ୍ତି ମୁୁଁ ଚେଷ୍ଟା କରିବି । ବର୍ତ୍ତମାନ ମାଟି କାମ ହେଉଥିବ । ଚାଷୀ କ୍ଷତିପୁରଣ ନ ପାଇଲେ ସରପ୍ଲସ ଉଚ୍ଚା ହେବ ନାହିଁ ବୋଲି ପ୍ରକାଶ କରିଥିଲେ ।

ବିଜୟ କୁମାର ବାବୁ, ଓକିଲ ତଥା ଚାଷୀ

ଫାସଡ-ମନୁପାଲି ଚାଷୀମାନଙ୍କ କ୍ଷତି କରି ଅନ୍ୟ ଚାଷୀମାନଙ୍କର ଳାଭ ଦେଖା ନଯାଉ । ସେମାନଙ୍କ ବୁଡି ଯାଉଥିବା ଜମିର ଉପଯୁକ୍ତ କ୍ଷତିପୁରଣ ପ୍ରଦାନ କରାଯିବା ପରେ କାମ କରାଯାଉ । ଆଜିପର୍ଯ୍ୟନ୍ତ ହୀରାକୁଦ ବୁଡି ଅଂଚଳର ଲୋକେ କ୍ଷତି ପୁରଣ ପାଇନଥିବା ଜାଣିବାକୁ ମିଳେ । କାମ ସରିଗଲେ ଏମାନଙ୍କ କଥା କେହି ବୁଝିବେ ନାହିଁ । ଆଗ ଥଇଥାନକୁ ଗୁରୁତ୍ୱ ଦିଆଯାଉ ପରେ ପ୍ରକଳ୍ପ କାମ  କରାଯାଉ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like