-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
01-Jun-2021
କଂଟାବାଞ୍ଜି :(ଆନନ୍ଦ ମୋଟେ) ରାଜ୍ୟ ସରକାର ଲକଡାଉନ ଅବଧି ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି। ଏହାକୁ ନେଇ କଂଟାବାଞ୍ଜି ବ୍ୟବସାୟୀ ମହାସଙ୍ଘ ଅସନ୍ତୋଷ ପ୍ରକାଶ କରିଛି। ସଂଘ କହିଛି ଯେ ବଲାଙ୍ଗୀର ଜିଲ୍ଲାରେ ସଂକ୍ରମଣ ଏବେ କମିବାରେ ଲାଗିଛି। ଏଭଳି ସ୍ଥିତିରେ କଂଟାବାଞ୍ଜି ସହର ତଥା ଜିଲ୍ଲାରେ ଲକ୍ଡାଉନ୍ ଯୋଗୁଁ ଅନେକ ଛୋଟ ଦୋକାନ, ମଧ୍ୟମ ବର୍ଗର ଦୋକାନୀ ଏବଂ ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଦୋକାନଗୁଡିକରେ କାମ କରୁଥିବା ଗରିବ ଶ୍ରେଣୀର କର୍ମଚାରୀମାନେ ମଧ୍ୟ ରୋଜଗାର ହରାଉଛନ୍ତି। ପଡୋଶୀ ଜିଲ୍ଲା ନୂଆପଡାରେ ଲକ୍ଡାଉନ୍ କୋହଳ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ପୂର୍ବଭଳି ରଖିଛନ୍ତି। ତେଣୁ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କୋହଳ କରିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଦିଆଯିବ ବୋଲି ମହାସଙ୍ଘର ସଭାପତି ଅନିଲ ଅଗ୍ରୱାଲ ଏବଂ ସଂପାଦକ ମନୋଜ ଶର୍ମା ପ୍ରକାଶ କରିଛନ୍ତି।