-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
31-May-2021
ଭୁବନେଶ୍ବର (ଶୁଭାଶିିଷ ନାୟକ): ଦକ୍ଷିଣ-ପଶ୍ଚିମ ପବନ ଧୀରେଧୀରେ ସକ୍ରିୟ ଓ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଜୁନ୍ ୧ ତାରିଖ ଆଡ଼କୁ ଅଧିକ ଶକ୍ତିଶାଳୀ ହେବ। ଫଳରେ କେରଳରେ ବର୍ଷା ଆରମ୍ଭ ହୋଇଯିବ । ଜୁନ୍ ୩ ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି) ପକ୍ଷରୁ କୁହାଯାଇଛି । ପୂର୍ବରୁ ଆଇଏମ୍ଡିର ଆକଳନ ଅନୁଯାୟୀ ମେ’ ୩୧ ତାରିଖ କିମ୍ବା ଏହାର ୪ ଦିନ ଏପଟ ସେପଟରେ ମୌସୁମୀ କେରଳ ଛୁଇଁବା ନେଇ ବୁଲେଟିନ୍ ଜାରି କରାଯାଇଥିଲା । ଏବେ ଧୀରେଧୀରେ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହ ଆରମ୍ଭ ହୋଇଥିବାରୁ ଜୁନ୍ ୩ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍ଡି ସ୍ପଷ୍ଟ କରିଛି । ଏହାର ୧୦ରୁ ୧୨ ଦିନ ମଧ୍ୟରେ ଅର୍ଥାତ ରଜ ଆଡ଼କୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ପୂର୍ବାନୁମାନ କରାଯାଇଛି!. Hiଏବେ ରାଜ୍ୟରେ ତାପମାତ୍ରା ବେଶ୍ ଅଧିକା ରହୁଥିବା ବେଳେ ଅପରାହ୍ନ ଆଡ଼କୁ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ହେଉଥିବା ବି ଦେଖିବାକୁ ମିଳୁଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ଏହିଭଳି କାଳବୈଶାଖୀ ଜାରି ରହିବ । ଆସନ୍ତାକାଲି ଅପରାହ୍ନ ଆଡ଼କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ!.*ଜୁନ୍ ୧ ତାରିଖ ଆଡ଼କୁ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ସେହିଭଳି ୨ ଓ ୩ ତାରିଖ ଦିନ ମଧ୍ୟ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର!.