-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
31-May-2021
ବଲାଙ୍ଗିର (ପ୍ରେରଣା ଖବର) :ଗତକାଲି ସୁଦୁର ରାୟପୁର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀରର ଯୁବ ଇଞ୍ଜିନିୟର ରାଜୀବ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି l ଗତ କିଛି ଦିନ ତଳେ କରୋନା ରେ ପୀଡିତ ହୋଇ ହସ୍ପିଟାଲ ରେ ଭର୍ତି ହୋଇଥିଲେ l ଗତକାଲି ରାଜୀବଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା l ମୃତ୍ୟୁ ବେଳକୁ ତାଙ୍କୁ 37 ବର୍ଷ ହୋଇଥିଲା l ରାଜୀବ ଜଣେ ସରଳ ଯୁବକ ଭବରେ ସମସ୍ତଙ୍କର ପ୍ରିୟ ଥିଲେ l ସେ ବଲାଙ୍ଗିର ପେଲେସ୍ ଲାଇନ ସ୍ଥିତ ରୋୟାଲ ଗ୍ରୀନ ଆପାର୍ଟମେଣ୍ଟ ରେ ରହୁଥିଲେ l ରାଜୀବ ହେଉଛନ୍ତି ପେଥୋ ଲୋଜିଷ୍ଟ ଓମପ୍ରକାଶ ଅଗ୍ରୱାଲ ଙ୍କ ପୁତ୍ର ଓ କୁଇନ ଇଣ୍ଟରନ୍ୟାସନାଲ ସ୍କୁଲ ର ନିର୍ଦ୍ଦେଶକ କୈଳାସ ଅଗ୍ରୱାଲଙ୍କ ଭଣଜl ଅଟନ୍ତି l ରାୟପୂରରେ ରାଜୀବ ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି l ରାଜୀବଙ୍କ ଅକାଳ ବିୟୋଗରେ ମାରୱାଡି ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷ ମନୋଜ ଜୈନ, ଆଇନଜୀବୀ ମହେନ୍ଦ୍ର ଅଗ୍ରୱାଲ, ନକୁଳ ଅଗ୍ରୱାଲ, ସାମ୍ବାଦିକ ମହୋନଲାଲ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ କେଡ଼ିଆ, ପାବନ ବଂଶଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l