-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
30-May-2021
ନର୍ଲା (ସଞ୍ଜୀବ ଦାସ): ନର୍ଲା ରେ କରୋନା ମହାମାରୀକୁ କିପରି ପରାସ୍ତ କରିହେବ ତାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ତୁହାକୁ ତୁହା ଲକ ଡାଉନ ଓ ସଟ୍ ଡାଉନ୍ ଜାରି କରି ନିୟନ୍ତ୍ରଣ କରିବାରେ ସଫଳ ହେଉଥିବା ବେଳେ କିଛି ଅମାନିଆଙ୍କ ପାଇଁ କରୋନା ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି । ଶନିବାର ଓ ରବିବାର ସଂପୂଣ୍ଣ ସଟଡାଉନ ଥିବାବେଳେ ନର୍ଲାରେ କିନ୍ତୁ ସାପ୍ତାହିକ ହାଟ ଖୋଲି କରୋନା ମହାମାରୀକୁ ନିମନ୍ତ୍ରଣ କରାଯାଉଛି ବୋଲି ବିଭିନ୍ନ ମହଳରେ ଚର୍ଚ୍ଚା ଜୋର ଧରିଛି। ଘୋଷଣା ଅନୁଯାୟୀ ସାପ୍ତାହିକ ହାଟକୁ ସଂପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା ବେଳେ ନର୍ଲା ସାପ୍ତାହିକ ହାଟରେ ଅଜସ୍ର ଭିଡ଼ ସହ ମାଛ, ମାଂସ ଦୋକାନ ମାନଙ୍କରେ ମାସ୍କ ବ୍ୟବହାର ତଥା ସାମାଜିକ ଦୁରତାକୁ ଫୁ କରି ଦିଆଯାଇଛି।
ଜିଲ୍ଲା ପ୍ରଶାସନ ମାଇକ ସାହାଯ୍ୟରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ବୁଲି ବୁଲି ସଚେତନ କରିବା ସହିତ ବିଭିନ୍ନ ଉପାୟ ଅବଲମ୍ବନ କରି କରୋନା ମହାମାରୀକୁ କିପରି ପରାସ୍ତ କରାଯାଇ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଥିବା ବେଳେ ନର୍ଲା ଅଞ୍ଚଳରେ କିନ୍ତୁ ବ୍ଲକ୍ ପ୍ରଶାସନ ଏହାକୁ ହାଲୁକା ଭାବରେ ଗ୍ରହଣ କରୁଛନ୍ତି । ଦୋକାନ ବଜାର ଵୁଲି ପୋଲିସ ପ୍ରଶାସନ ଅଯଥା ଭିଡ଼କୁ ଆଖି ଆଗରେ ରଖି ଦୋକାନ ମାନଙ୍କୁ ଅର୍ଥଦଣ୍ଡ ଦେଉଥିବା ବେଳେ ସାପ୍ତାହିକ ହାଟରେ ମାସ୍କ, ସାମାଜିକ ଦୁରତ୍ଵ କିଛି ନାହିଁ l କୋଭିଡ଼ ଗାଇଡ୍ ଲାଇନକୁ ଉଲ୍ଲଂଘନ କରୁଥିବା ଦୋକାନୀ ମାନଙ୍କୁ ଫାଇନ୍ ମଧ୍ୟ ପକା ଯାଉନାହିଁ ଲ ପୋଲିସ ବାବୁଙ୍କ ନିରବଦୃଷ୍ଟା ସାଜିଥିବା ଦୃଶ୍ୟ ନର୍ଲା ଅଞ୍ଚଳରେ ଲୋକଙ୍କୁ ଚିନ୍ତାର ପକାଇଛି l ।ରାଜରାସ୍ତରେ ପୋଲିସର ଚେକିଙ୍ଗେ ବେଶ ଫଳପ୍ରଦ ହୋଇପାରି ଥିବା ବେଳେ ସାପ୍ତାହିକ ହାଟ ନଜର ନ ପଡ଼ିବା ଜନସାଧାରଣଙ୍କୁ ଆର୍ଶଯ୍ୟ କରିଦେଉଛି । ସାପ୍ତାହିକ ହାଟ ସହ ଦୋକାନ ଖୋଲିବା ଓ ଭିଡ କରିବା ବିନାଶ କାଳେ ଵିପରିତ ବୁଦ୍ଧି ପରି ମନେହେଉଛି। ପ୍ରକାଶ ଥାଉକି କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାର ବୃଦ୍ଧି ହେଉଥିବା ଜଣାପଡ଼ିଛି। ଶନିବାର ଓ ରବିବାର ଦୁଇ ଦିନ ସଂପୂର୍ଣ୍ଣ ସଟଡାଉନ ସରକାର ଘୋଷଣା କରିଥିବା ସତ୍ତ୍ୱେ ନର୍ଲା ଠାରେ କିଏ ଓ କେଉଁ ନ୍ୟାୟରେ ରବିବାର ଦିନ ହାଟ ବସିବା ପାଇଁ ଅନୁମତି ଦେଲା ବୋଲି ଚର୍ଚା ହେଉଛି । ଆଜି ନର୍ଲା ସାପ୍ତାହିକ ହାଟରେ ପୋଲିସ ପହଞ୍ଚି ଅନେକ ଉଠା ଦୋକାନୀଙ୍କଠାରୁ ଫାଇନ ପକାଇବା ସହ ଲୋକଙ୍କୁ ତଡିଥିଲା l ତେବେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ କରୋନାକୁ ରୋକିବା ଏକ ହାସ୍ୟାସ୍ପଦ କଥା ହେବ ବୋଲି ସଚେତନ ନାଗରିକ ମାନେ ମତ ଦେଇଛନ୍ତି।