-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
30-May-2021
ବ୍ରହ୍ମପୁର (ଉମା ମହାରଣା): କରୋନାର ଭୟାବହ ଲାଗିରହିଥିବା ବେଳେ ଲୋକଙ୍କ ଜୀବିକା ଛଡାଇ ନେଇଛି କରୋନା ା ଖଟିଖିଆ ଓ ଦିନ ମଜୁରିଆ ନିଜର ପେଟ ଚାଖଣ୍ତ ପାଇଁ ଦାନା ମୁଠାଏ ପାଇବାର କଷ୍ଟ ହେଉଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାର ବୁଗୁଡା ବସଷ୍ଟାଣ୍ତ ପରିସରରେ ବିଜେପି ପରିବାର ତରଫରୁ ଅଟୋଚାଳକ ସଂଘ ଓ ଖଲାସି ସଂଘର ପ୍ରାୟ ଶତାଧିକ ଲୋକଙ୍କୁ 25 କିଲୋ ଚାଉଳ ଓ ପାଞ୍ଚ କିଲୋ ଲେଖାଏଁ ଡାଲି ଓ ପାଞ୍ଚ ଶହ ଟଙ୍କା ଲେଖାଏଁ ହାତଖର୍ଚ ପ୍ରଦାନ କରାଯାଇଛି l ଏଥି ସହିତ ଲୋକଙ୍କୁ ମାସ୍କ ମଧ୍ୟ ବଣ୍ଟନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ପୋଲଶରା ନିର୍ବାଚନ ମଣ୍ଡଳୀର ବିଜେପି ଦଳର ମିଟୁ ମଳିକ ଓ ପ୍ରଭାକର ପଣ୍ତା, ସୂର୍ଯ୍ୟ ମାହାନ୍ତି ଓ ବିଜେପି ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା