-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର: ଦ୍ଵୀୟ ବିବାଦେ ତୃତୀୟସ୍ୟ କ୍ଷତି, ଜଙ୍ଗଲ ବିଭାଗ ଓ ଠିକା ସଂସ୍ଥାର କଳିରେ ବଳି ପଡୁଛନ୍ତି ଠିକା କର୍ମଚାରୀ

30-May-2021



ବଲାଙ୍ଗୀର: (ପ୍ରେରଣା ଖବର): ଚିର ସବୁଜ ବଲାଙ୍ଗୀର ବନାନୀ ମଧ୍ୟରେ ଅବସ୍ଥିତ । ବଲାଙ୍ଗୀର ଜିଲ୍ଲାରେ ୧୫୪୩.୮୫ ସ୍କ୍ୱାର କିଲୋମିଟର ଜଙ୍ଗଲ ଜମି ଅଛି । ଏହି ଜଙ୍ଗଲର ସୁରକ୍ଷା  ଜଙ୍ଗଲ ବିଭାଗ ର ଦାୟିତ୍ଵ । ଜଙ୍ଗଲ ପରିବେଶ ତଥା ଜୀବଜନ୍ତୁ ସୁରକ୍ଷା ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ସେହି ଟଙ୍କାର ସଦୁପଯୋଗ କରିବା ବିଭାଗର ଦାୟିତ୍ଵ ।ଏଣୁ ସୁଚାରୁରୂପେ କାର୍ଯ ସମ୍ପାଦନ ପାଇଁ ବେସରକାରୀ ସଂସ୍ଥା ମାଧ୍ୟମରେ ଠିକା କର୍ମଚାରୀ ନିଯୁକ୍ତି ଦେଇଥାନ୍ତି । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଦୀର୍ଘ ବର୍ଷ ହେବ ଠିକା କର୍ମଚାରୀ ମାନେ ବେସରକାରୀ ସଂସ୍ଥା ମାଧ୍ୟମରେ ଠିକା ରେ କାମ କରୁଛନ୍ତି । ଗୋଟିଏ ପରେ ଗୋଟିଏ ବେସରକାରୀ ସଂସ୍ଥା ଠିକା ନେଇ ଠିକା କର୍ମଚାରୀ ମାନଙ୍କ ଜୀବନ ଜୀବିକା ସହ ଖେଳ ଖେଳୁଛନ୍ତି । ପେଶି ହେଉଛନ୍ତି ବିଭାଗର ଦାୟିତ୍ଵ ନିର୍ବାହ କରୁଥିବା ଡି ଏଫ୍ ଓ । ଏବେ କମ୍ପ ଭାଇ ଭୋକେଶନାଳ ଟ୍ରେନିଂ ଇନଷ୍ଟିଚ୍ୟୁଟ ଲିମିଟେଡ଼ ନାମକ ଏକ ବେସରକାରୀ ସଂସ୍ଥା ଏହି ଠିକା ଏକ ବର୍ଷ ପାଇଁ ଠିକାରେ ପାଇଛନ୍ତି । ପୂର୍ବରୁ ନିଯୁକ୍ତି ହୋଇଥିବା ୧୨୫ ଜଣ ଠିକା କର୍ମଚାରୀ ଦୀର୍ଘ ବର୍ଷ ହେବ ଜଙ୍ଗଲ ବିଭାଗ ରେ କାମ କରି ଆସୁଛନ୍ତି ।କମ୍ପଭାଇ ଙ୍କ କହିବା ଅନୁଯାୟୀ ଡି ଏଫ୍ ଓ ଙ୍କୁ ଉକ୍ତ ୧୨୫ ଜଣ ଠିକା କର୍ମଚାରୀଙ୍କ ନିଯୁକ୍ତି ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିବାକୁ ମାଗିଥିଲେ ଓ କୁଆଡେ ଡି ଏଫ୍ ଓ ଏ ପର୍ଯ୍ୟନ୍ତ ତାହା ଦେଇନାହାନ୍ତି । ଯଦ୍ୱାରା କମ୍ପଭାଇ ଠିକା କର୍ମଚାରୀ ମାନଙ୍କ ମାର୍ଚ୍ଚ ମାସ ର ଦରମା ଦେଇ ନାହାନ୍ତି । ଯଦି ଡି ଏଫ୍ ଓ ନିଯୁକ୍ତି ସମ୍ବନ୍ଧୀୟ କାଗଜପତ୍ର କମ୍ପଭାଇ ଙ୍କୁ ଦେଇ ନ ଥିଲେ ତେବେ ସେ କେଉଁ ଆଧାରରେ କାହିଁକି ଉକ୍ତ କର୍ମଚାରୀ ମାନଙ୍କୁ ସେପ୍ଟେମ୍ବର ମାସ ୨୦୨୦ ରୁ ଫେବୃଆରୀ ମାସ ୨୦୨୧ ପର୍ଯ୍ୟନ୍ତ ଦରମା ଦେଲେ । ତତକ୍ଷଣାତ୍ ଜିଲ୍ଲାପାଳ ଙ୍କୁ ଜଣାଇଲେ ନାହିଁ କାହିଁକି ? ମୂଳରୁ ଦରମା ଦେଉଥିଲେ କାହିଁକି ? ତେବେ ଏଠାରେ ପ୍ରଶ୍ନ ଉଠେ ଡି ଏଫ୍ ଓ ଏବଂ କମ୍ପାଭାଇ ଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ରେ ଠିକା କର୍ମଚାରୀ ମାନେ ଅପଦସ୍ତ ଭୋଗୁଛନ୍ତି । ଗତ ଏପ୍ରିଲ ୨୦୨୦ ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଡି ଏଫ୍ ଓ ଠିକା କର୍ମଚାରୀ ମାନଙ୍କ ଇ ପି ଏଫ୍, ଜି ଏସ ଟି , ଏବଂ ଇ ଏସ ଆଇ ସି ଟଙ୍କା ପ୍ରଦାନ କରିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଠିକା କର୍ମଚାରୀ ମାନଙ୍କ ଗୋଟିଏ ମାସର ଇ ପି ଏଫ୍ , ଜି ଏସ ଟି ଏବଂ ଇ ଏସ ଆଇ ସି ଟଙ୍କା ଜମା କରିଥିବା ତଥ୍ୟରୁ ଜଣାପଡିଛି । ତେବେ ଡି ଏଫ୍ ଓ କାର୍ଯ୍ୟାଳୟରୁ ଠିକା କର୍ମଚାରୀ ମାନଙ୍କ ବାବଦକୁ ଦିଆଯାଇଥିବା ଲକ୍ଷାଧିକ ଟଙ୍କା ଗଲା କୁଆଡେ ବୋଲି ଚର୍ଚ୍ଚା ହୁଏ । 
   କଂପଭାଇ ଠିକା କର୍ମଚାରୀ ମାନଙ୍କ ଇ ପି  ଏଫ୍ , ଇ ଏସ ଆଇ ସି  ଏବଂ ଜି ଏସ ଟି ଟଙ୍କା ଜମା କରି ନ ଥିବାରୁ ବଲାଙ୍ଗୀର ଡି ଏଫ୍ ଓ ତାଙ୍କ ପତ୍ର ସଂଖ୍ୟା ୨୪୩୮,୨୪୪୨ ଏବଂ ୨୪୪୦ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଉକ୍ତ ବିଭାଗ ମାନଙ୍କୁ ଜଣାଇ ଦେଇଛନ୍ତି । କଂପଭାଇ  ଙ୍କୁ ଡି ଏଫ୍ ଓ ତାଙ୍କ ପତ୍ର ସଂଖ୍ୟା ୨୬୧୩ ଅନୁଯାୟୀ ଆସନ୍ତା ୩୧ ମେ ୨୦୨୧ ପର୍ଯ୍ୟନ୍ତ ଇ ପି ଏଫ୍ , ଇ ଏସ ଆଇ ସି ଏବଂ ଜି ଏସ ଟି ବାବଦକୁ ଜମା କରାଯାଇଥିବା ସମସ୍ତ କାଗଜପତ୍ର ଦାଖଲ କରିବା ପାଇଁ ଚିଠି ମାଧ୍ୟମରେ ଜଣାଇଛନ୍ତି । 
   ୧୨୫ ଜଣ ଠିକା କର୍ମଚାରୀ ସ୍ୱଳ୍ପ ଦରମାରେ ତାଙ୍କ ପରିବାର ପ୍ରତିପୋଷଣ କରୁଥିବା ବେଳେ କରୋନା ସମୟରେ ଦରମା ନ ପାଇ ବେଡ଼ି ଉପରେ କରୋଡା ମାଡ଼ ହୋଇଛି । ଏହି ଠିକା କର୍ମଚାରୀ ମାନଙ୍କ ଇ ଏସ ଆଇ ସି ଜମା କରାଯାଇ ନ ଥିବାରୁ କରୋନା ସମୟରେ ସରକାରୀ ସ୍ବାସ୍ଥ୍ୟ ସେବାର ବଞ୍ଚିତ ହେବାର ଆଶଙ୍କା କୁ ଏଡାଇ ଦିଆଯାଇନପାରେ । କିଛିଦିନ ହେଲା ଏ ବିଷୟ ସହରରେ ଚର୍ଚ୍ଚାରେ । ଫୁସୁର୍ ଟୁପୂର୍ ହୁଏ ଉଲ୍ଟା ଚୋର କୋତବାଲ କୋ ଡାଟେ । ଏ ସମ୍ପର୍କରେ  ଜିଲ୍ଲାପାଳ ତଦନ୍ତ କରି ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି ହୁଏ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like