-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
29-May-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ): ‘ସିଏଏ’ର ନିୟମାବଳୀ ପ୍ରକାଶ ହୋଇ ନ ଥିଲେ ମଧ୍ୟ ଶୁକ୍ରବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁଜରାଟର ୧୩ ଜିଲ୍ଲା, ରାଜସ୍ଥାନ, ଛତିଶଗଡ଼, ହରିୟାଣା ଏବଂ ପଞ୍ଜାବରେ ବସବାସ କରୁଥିବା ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶର ଅଣମୁସଲମାନଙ୍କୁ (ହିନ୍ଦୁ, ଶିଖ, ଜୈନ ଏବଂ ବୌଦ୍ଧ) ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରିବାକୁ କହିଛି।
୧୯୫୫ ମସିହା ନାଗରିକତ୍ବ ଆଇନ ଓ ୨୦୦୯ରେ ପ୍ରସ୍ତୁତ ନିୟମ ଅନୁସାରେ ଏହି ଆଦେଶକୁ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି। ଏହି ଆଇନ ବଳରେ ଆବଶ୍ୟକ ଅନୁସାରେ ଯାଞ୍ଚ କରି ଶରଣାର୍ଥୀମାନଙ୍କୁ ଭାରତୀୟ ନଗରିକତ୍ବ ପ୍ରଦାନ କରିବା ଲାଗି ସାତଟି ରାଜ୍ୟର ୧୬ଟି ଜିଲ୍ଲାଙ୍କୁ ପୂର୍ବରୁ ମଧ୍ୟ କ୍ଷମତା ଦିଆଯାଇଛି। ସମୁଦାୟ ନଅଟି ରାଜ୍ୟର ୨୯ଟି ଜିଲ୍ଲାରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି।
ସୂଚନାଯୋଗ୍ୟ, ବାଂଲାଦେଶ ସହ ବିଶାଳ ସୀମାନ୍ତ ଥିବା ଦୁଇ ରାଜ୍ୟ ପଶ୍ଚିମବଙ୍ଗ ଏବଂ ଆସାମ ନାଁ ଗୃହମନ୍ତ୍ରାଳୟର ଉପରୋକ୍ତ ଆଦେଶନାମାରେ ଉଲ୍ଲେଖ କରାଯାଇନାହିଁ। ଗତ ବିଧାନସଭା ନିର୍ବାଚନ ସମୟରେ ଦୁଇ ରାଜ୍ୟରେ ‘ସିଏଏ’ ପ୍ରସଙ୍ଗ ଉଠିଥିଲା।