-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ବାଲେଶ୍ବରରେ ‘ୟାସ୍‌’ର ତାଣ୍ଡବ ଆରମ୍ଭ: ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କାର୍ଯ୍ୟ ଜାରି ସଂଧ୍ୟା ସୁଦ୍ଧା ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ

25-May-2021



ବାଲେଶ୍ବର (ପ୍ରେରଣା ଖବର) ସାମୁଦ୍ରିକ ବାତ୍ୟା ୟାସ୍ ପ୍ରଭାବରୁ ଉପକୂଳ ଓଡ଼ିଶାରେ ଆଂଶିକ ବର୍ଷା ସହିତ ପବନ ଆରମ୍ଭ ହୋଇଛି। ଆଇଏମ୍‌ଡି ସୂଚନା ଅନୁସାରେ, ଭଦ୍ରକରୁ ବାଲେଶ୍ବର ମଧ୍ୟରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ବର୍ଷା ଏବଂ ପବନର ବେଗ ପ୍ରବଳରୁ ଅତି ପ୍ରବଳରୁ ବଢ଼ିବ ବୋଲି ସତର୍କ ସୂଚନା ଜାରି କରାଯାଇଛି।
ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ବାତ୍ୟା ମୁକାବିଲା ପ୍ରସ୍ତୁତି ଜୋରଦାର କରାଯାଇଛି। ସବୁଠୁ ବଡ଼ କଥା ହେଉଛି କୋଭିଡ କଟକଣା। ଏହି ବିପର୍ଯ୍ୟୟ ସମୟରେ କୋଭିଡ କଟକଣା ଏବଂ ବାତ୍ୟା ମୁକାବିଲା କାର୍ଯ୍ୟ ସମସ୍ତଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଯାଇଛି। ତେବେ ପବନର ବେଗ କ୍ରମଶଃ ବଢ଼ୁଥିବାରୁ ଆଜି ସଂଧ୍ୟା ସୁଦ୍ଧା ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରଶାସନିକ କଳକୁ ଏକ କରିଦେଇଛି। ୱାର୍ଡସ୍ତରରୁ ଜିଲ୍ଲା‌ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇଛନ୍ତି।
ଜିଲ୍ଲାରୁ ପ୍ରାୟ ଦେଢ଼ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ଟାର୍ଗେଟ ନିଆଯାଇଥିବା ବେଳେ କାଲି ରାତିଠାରୁ ପ୍ରଭାବିତ ବ୍ଲକ ଭୋଗରାଇ, ବାଲିଆପାଳ, ବସ୍ତା, ସଦର, ରେମୁଣା ଓ ବାହାନଗାର ବିଭିନ୍ନ ବ୍ଲକରୁ ସମୁଦ୍ର କୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନୀୟ ଆଶ୍ରୟସ୍ଥଳୀ ଏବଂ ସୁରକ୍ଷିତ ସ୍ଥାନଗୁଡ଼ିକୁ ସ୍ଥାନାନ୍ତର ଆରମ୍ଭ ହୋଇଛି। ଏବେ ସୁଦ୍ଧା ପାଖାପାଖି ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି।ଆଶ୍ରୟସ୍ଥଳ‌କୁ ଅଣାଯାଉଥିବା‌ ଲୋକମାନଙ୍କୁ ପ୍ରଥମେ ଥର୍ମାଲ ସ୍କାନିଂ କରାଯାଇ ସାନିଟାଇଜ୍‌ କରାଯାଉଛି। ଏହାପରେ ସେମାନଙ୍କୁ ଡବଲ ମାସ୍କ ପ୍ରଦାନ କରାଯିବା ସହ ସାମାଜିକ ଦୂରତା‌ ନିୟମ ମାନି ଆଶ୍ରୟସ୍ଥଳୀରେ ରହିବାକୁ ସତର୍କ କରାଯାଉଥିବା ଦେଖାଯାଇଛି।
ଯଦିଓ ବାଲେଶ୍ବର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ୧୪୦ଟି ବହୁମୁଖୀ ଆଶ୍ରୟସ୍ଥଳୀର ବ୍ୟବସ୍ଥ‌ା ରହିଛି କିନ୍ତୁ କୋଭିଡ ଗାଇଡଲାଇନ ନିୟମ ଦୃଷ୍ଟିରୁ ଅତିରିକ୍ତ ଭାବେ ଆଉ ୧୨ଶହଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ସ୍କୁଲଘର ଏବଂ ଅନ୍ୟାନ୍ୟ ସରକାରୀ କୋଠାଘର ରହିଛି। ସେସବୁ ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
ବିଶେଷ କରି ୧୩/୧୪ ଫୁଟର ସମୁଦ୍ର ଜୁଆର ମାଡ଼ି ଆସିବାର ଆଶଙ୍କା ରହିଥିବାରୁ ସମୁଦ୍ର କୂଳିଆ ଅଞ୍ଚଳରେ ରହିଥିବା ଚିଙ୍ଗୁଡ଼ିଘେରିର ଶ୍ରମିକମାନଙ୍କୁ ଏବଂ ତଳିଆ ଅଞ୍ଚଳବାସୀଙ୍କୁ ତୁରନ୍ତ ସେ ସ୍ଥାନ ଛାଡ଼ି ନିକଟସ୍ଥ ଆଶ୍ରୟସ୍ଥଳୀକୁ ଅଣାଯାଉଛି। ଉପକୂଳ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରାୟ ୬୦୦ ଜଣ ପ୍ରସୂତି ମହିଳାଙ୍କୁ ନିକଟସ୍ଥ ପିଏଚସି ଏବଂ ସିଏଚସିଗୁଡ଼ିକୁ ଆଣିବା ପ୍ରକ୍ରିୟା ଜାରି ରହିଛି।
ଏଭଳି ଘଡ଼ିସନ୍ଧି ସମୟରେ ବାତ୍ୟା ମୁକାବିଲା କାର୍ଯ୍ୟ ଦେଖିବା ଲାଗି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ସଚିବ ତଥା ବରିଷ୍ଠ ଆଇଏଏସ୍‌ ବିଶାଲ ଦେବ ଏବଂ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ସକାଳେ ବାଲେଶ୍ବର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ କଥା ହେବା ପରେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତିି। ସେହିପରି ରାଜ୍ୟ ସରକାରଙ୍କ ଦୁଇମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ କିପରି ସ୍ଥାନାନ୍ତର କରାଯାଉଛି ଏବଂ ଠିକ୍‌ ଭାବେ ଏହି କାର୍ଯ୍ୟ ହେଉଛି କି ନାହିଁ ସେନେଇ ତଦାରଖ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like