-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ରାଜ୍ୟ

ରାଜ୍ୟରେ ସାମୁହିକ କୋଭିଡ୍ ଟିକାକରଣ କୁ ନେଇ ଗ୍ଲୋବାଲ ଟେଣ୍ଡର : ରାଜ୍ୟ କ୍ୟାବିନେଟ ର ଅନୁମୋଦନ

22-May-2021



ଭୁବନେଶ୍ୱର(ଶୁଭାଶିଷ ନାୟକ) : ରାଜ୍ୟରେ ସାମୁହିକ କୋଭିଡ୍ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କୋଭିଡ୍ ଟିକା କ୍ରୟ ପାଇଁ ରାଜ୍ୟ ସରକାର କରିଥିବା ଗ୍ଲୋବାଲ ଟେଣ୍ଡରର ଅନେକ ଆର୍ଥିକ ସର୍ତ୍ତାବଳୀକୁ କୋହଳ ନିମନ୍ତେ ଆଜି ରାଜ୍ୟ କ୍ୟାବିନେଟ ଅନୁମତି ଦେଇଛନ୍ତି। କୋଭିଡ୍ ଟିକା କ୍ରୟ ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରେ ଭାଗ ନେବାକୁ ଥିବା ଉତ୍ପାଦନକାରୀ କମ୍ପାନୀମାନଙ୍କୁ ୩% ପରଫରମାନ୍ସ ସିକ୍ୟୁରିଟି, ଇଏମଡି, ବିଡ୍ ସିକ୍ୟୁରିଟି ଓ ଲିକ୍ୟୁଡିଟି ଡ୍ୟାମେଜ୍ ଭଳି ସର୍ତ୍ତାବଳୀରୁ ସରକାର ଆଶ୍ୱସ୍ତି ଦେଇଛନ୍ତି। ଯେକୌଣସି ଟେଣ୍ଡରରେ ଏସବୁ ଆର୍ଥିକ ସର୍ତ୍ତାବଳୀ ରହୁଥିଲେ ମଧ୍ୟ କୋଭିଡ୍ ଟିକା କ୍ରୟ ନିମନ୍ତେ କ୍ୟାବିନେଟ୍ ଏସବୁ ଟେଣ୍ଡର ସର୍ତ୍ତକୁ ବାଦ୍ ଦେଇଛନ୍ତି ଓ ଏଥିପାଇଁ ଓଜିଏଫଆର ଓ ଡିଏଫଡିଆରରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ବୋଲି ଜଣାପଡ଼ିଛି।
ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକରେ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସମସ୍ତଙ୍କ ଟିକାକରଣ ମାଧ୍ୟମରେ କରୋନାକୁ ନିୟନ୍ତ୍ରଣକୁ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ କରିଛନ୍ତି। ଏଥିପାଇଁ ରାଜ୍ୟ ଔଷଧ ନିଗମ ଗତ ୧୪ତାରିଖରେ କୋଭିଡ୍ ଟିକା କ୍ରୟ ନିମନ୍ତେ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି।
୧୯ତାରିଖରେ ଏହି ଗ୍ଲୋବାଲ ଟେଣ୍ଡରରେ ସାମିଲ ହେବାକୁ ଥିବା ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସହ ପ୍ରି-ବିଡ୍ ଆଲୋଚନା ହୋଇଛି । ତେବେ କୋଭିଡ୍ ଟିକା କ୍ରୟ ପ୍ରକ୍ରିୟାରେ ସମସ୍ତ ଉତ୍ପାଦନକାରୀ ଅବା ଯୋଗାଣକାରୀଙ୍କ ଅଂଶଗ୍ରହଣକୁ ଅଧିକ ସରଳୀକୃତ କରିବା ନିମନ୍ତେ ଟେକନିକାଲ କମିଟିର ପରାମର୍ଶରେ ଟେଣ୍ଡର ଦସ୍ତାବିଜ ସଂଶୋଧନର ଆବଶ୍ୟକତା ଅନୁଭବ ହୋଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏନେଇ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛନ୍ତି।

ଆସନ୍ତା ୪ମାସ ମଧ୍ୟରେ ରାଜ୍ୟର ସମସ୍ତଙ୍କୁ ଟିକାକରଣ କରିବା ପାଇଁ ଓ ଟିକା ଉତ୍ପାଦନକାରୀଙ୍କ ମଧ୍ୟରେ ଏକ ସକରାତ୍ମକ ସନ୍ଦେଶ ଦେଇ ସେମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଟେଣ୍ଡର ଇଏମଡି, ବିଡ୍ ସିକ୍ୟୁରିଟି, ଲିକ୍ୟୁଡିଟି ଡ୍ୟାମେଜ୍ ଆଦି ସର୍ତ୍ତକୁ ଛାଡ଼୍ କରାଯାଇଛି । ସେହିପରି -୨୦ ଡିଗ୍ରୀ ସେଲସିୟସ ତାପମାତ୍ରରେ ରହି ପାରୁଥିବା ଟିକାଗୁଡ଼ିକ ୨ଡିଗ୍ରୀରୁ ୮ଡିଗ୍ରୀ ତାପମାତ୍ରରେ ୧୨ଘଣ୍ଟା ପର୍ଯ୍ୟନ୍ତ ନିଜର ଗୁଣବତ୍ତା ଅପରିବର୍ତ୍ତନ କରି ରହୁଥବ ସେହି ଟିକା ଉତ୍ପାଦନକାରୀଙ୍କୁ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ସମ୍ମତି ମିଳିଛି।

ଏହା ସହିତ ରେଙ୍ଗାଲି ଲେଫ୍ଟ କେନାଲରେ ୧୦୦.୪୯କିମିରୁ ୧୦୭.୫୦କିମି ପର୍ଯ୍ୟନ୍ତ କାମ ପାଇଁ ୨୪୭ କୋଟି ଟଙ୍କାର ଚୂଡ଼ାନ୍ତ ଟେଣ୍ଡର ଏବଂ ଓଡ଼ିଶା ଲିଗାଲ ସର୍ଭିସ ମେଥଡ୍ ଓ ରିକ୍ୟୁଟମେଣ୍ଟ ରୁଲ-୨୦୧୬ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ସେହିପରି ଗତବର୍ଷ କରୋନା ସମୟରେ ଆର୍ଥିକ ବୋଝ ସହିଥିବା ହୋଟେଲ, ରେଷ୍ଟୁରାଣ୍ଟଗୁଡ଼ିକ ଲାଇସେନ୍ସ ଫି’ ଛାଡ଼ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ । ଯାହାକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like