-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ଟିଟିଲାଗଡ଼,(ପ୍ରେରଣା ଖବର): ଡ଼ାକ୍ତରଖାନା ଭିତରେ ଜଣେ ନାବାଳିକା ଭିନ୍ନକ୍ଷମ ଝିଅ ଙ୍କୁ ବାରମ୍ବାର ଧର୍ଷଣ କରାଯାଇ ଥିବା ଓ ବିଭିନ୍ନ ପ୍ରତିଶ୍ରୁତି ଦେବା ସହ ଜଣେ ବ୍ୟକ୍ତି ପରେ ତାକୁ ଗର୍ଭବତୀ କରିଦେଇ ଥିଲେ l ପୀଡ଼ିତାଙ୍କ ସରଳତାର ସୁଯୋଗ ନେଇ ତାର ଦାଇତ୍ୱ ନେବାକୁ ମନା କରିଦେଇଥିବା ମାମଲା ବିଗତ ଦିନରେ ବେଶ ଚହଳ ସୃଷ୍ଟି କରିଥିଲା ।
ପ୍ରକାଶ ଯେ, ଟିଟିଲାଗଡ ନିକଟସ୍ଥ ହଳଦୀ ଗ୍ରାମ ପଞ୍ଚାୟତ ରୁ ବିଗତ ଦିନରେ ହିମାମନୀ ସୁନା ନାମ୍ନୀ ଜଣେ ଶାରୀରିକ ଭିନ୍ନକ୍ଷମ ୧୩ ବର୍ଷ ସାତ ମାସ ର ଝିଅ କୁ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆହାର କେନ୍ଦ୍ରରେ କାର୍ଯ୍ୟରତ ମଦନ ଆଡ଼ଜୁଏଟ (୪୦) ନାମକ ଜଣେ ବିବାହିତା ବ୍ୟକ୍ତି ଡ଼ାକ୍ତରଖାନାକୁ ସମସ୍ତ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଯୋଗାଣ ନିମନ୍ତେ ଆସୁଥିବା ବେଳେ ଉକ୍ତ ହିମାମଣି ନାମ୍ନୀ ଝିଅ ସହ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ପ୍ରଥମେ ନାନା ପ୍ରତିଶୃତି ଦେଇଥିବା ଓ ପରେ ଅନେକ ଥର ଅନିଚ୍ଛା ସତ୍ୱେ ଧର୍ଷଣ କରାଯାଇଥିବା ଯୋଗୁଁ ହିମାମନୀ ଗର୍ଭବତୀ ହୋଇଯାଇଥିଲା l ତାକୁ ତାର ସମ୍ପୁର୍ଣ୍ଣ ଦାଇତ୍ୱ ନେବା କୁ ସେ ଓ ତାର ବୃଦ୍ଧା ମାଆ କହିଥିଲେ କିନ୍ତୁ ସେ ନିଜେ ବିବାହିତ ଓ ତାର ଚାରିଟି ପୁଅ ଅଛନ୍ତି କହି ସେ ଦାଇତ୍ୱ ନେବା କୁ ମନା କରି ଦେଇଥିବା ଯୋଗୁଁ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଥିଲେ । ପୋଲିସ ଏ ନେଇ ସବିଶେଷ ତଦନ୍ତ କରି ଅଭିଯୁକ୍ତ ଟିଟିଲାଗଡ ସ୍ୱାଧୀନପଡା ନିବାସୀ ମଦନ ଆଡ଼ଜୁଏଟ କୁ ଗତ ଜାନୁଆରୀ ୧୮ ତାରିଖ ଦିନ ଗିରଫ କରି ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଥିବା ବେଳେ ସେ ବର୍ତ୍ତମାନ ବିଚାରଧୀନ ବନ୍ଦୀ ଭାବେ ସ୍ଥାନୀୟ ଉପଖଣ୍ଡ କାରାଗାର ଜେଲ ରେ ଅଛି । ସୂଚନାଯୋଗ୍ୟ ଯେ, ଉକ୍ତ ହିମାମଣି ର ବୃଦ୍ଧା ମାଆ ଓ ତାର ଜଣେ ୨୫ ବର୍ଷୀୟା ଅବିବାହିତ ଝିଅ ଓ ୧୧ ବର୍ଷୀୟ ଜଣେ ଭିନ୍ନକ୍ଷମ ପୁଅ ରହିଛନ୍ତି ଏବଂ ସମ୍ବଲପୁର ରେ ତାର ବାପା ରିକ୍ସା ଚଳାଉଥିବା ବେଳେ ସେ ପରିବାର ସହ ସମ୍ପର୍କ ଦୀର୍ଘଦିନ ଧରି ଛିନ୍ନ କରିଦେଇଛି । କେହି ରୋଜଗାର କରୁ ନ ଥିବା ବେଳେ ସରକାରୀ ମାସିକ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବା ସହ ଦୟନୀୟ ଅବସ୍ଥାରେ ଚାଲୁଥିବା ପ୍ରକାଶ କରିଛନ୍ତି । କେହି ସାହା, ଭରଷା ନ ଥିବା ଯୋଗୁଁ ଦୟନୀୟ ଅବସ୍ଥାରେ ଗତି କରୁଛନ୍ତି ପୀଡିତା l ଉକ୍ତ ଭିନ୍ନକ୍ଷମ ପୁଅ ର ରକ୍ତ ହୀନତା ରୋଗ ଯୋଗୁଁ ବାରମ୍ବାର ରକ୍ତ ଆବଶ୍ୟକ ହୋଇ ଆସୁଥିବା ବେଳେ ପ୍ରତି ତିନି ଚାରି ମାସରେ ଥରେ ଡ଼ାକ୍ତରଖାନାରେ ରକ୍ତ ଦିଆଯାଇ ଚିକିତ୍ସା କରାଇ ଆସୁଛନ୍ତି l ଉକ୍ତ ପରିବାର ପକ୍ଷ ରେ ଦୁର୍ବିସହ ହୋଇପଡିଥିବା ବେଳେ ହିମାମଣି ସହ ଉକ୍ତ ଆହାର କେନ୍ଦ୍ର ରେ କାର୍ଯ୍ୟରତ ମଦନ ସେ ତାର ଓ ତା ଶିଶୁ ର ଦାଇତ୍ୱ ନେବା ସହ ଉକ୍ତ ୧୧ ବର୍ଷୀୟ ପୁଅ ର ଅପରେସନ୍ କରାଇ ଦେବା ପ୍ରତିଶ୍ରୁତି ଦେଇଥିଲା । ହେଲେ ଏହି ସମୟ ସୀମା ମଧ୍ୟର କୌଣସି ଦାଇତ୍ୱ ନେବ ନାହିଁ ବୋଲି ମନା କରି ଦେଇ ଥିଲା ମଦନ l ଜେଲ ରେ ଥିବା ଅବସ୍ଥାରେ ହିମାମଣି ନଅ ମାସ ର ଗର୍ଭବତୀ ହୋଇ ପ୍ରସବ ସମୟ ଆସିଯାଇଥିବାରୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଓ ଅଳ୍ପ ବୟସ ରେ ଗର୍ଭବତୀ ହେବା ଯୋଗୁଁ ସ୍ଥିତି ଜଟିଳ ଥିବା ନେଇ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡ଼. ବଳରାମ ସାହୁ ପ୍ରାରମ୍ଭିକ ଚିକିତ୍ସା ସ୍ତାନୀୟ ଚିକିତ୍ସାଳୟ ରେ କରି ବଲାଙ୍ଗୀର ଭୀମ ଭୋଇ ମ୍ୟାଡିକାଲ କଲେଜ ଡ଼ାକ୍ତର ଖାନା ନେଇ ଶିଶୁ କୁ ସୁରକ୍ଷିତ ଭାବେ ଜନ୍ମ କରାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଉକ୍ତ ହିମାମଣି ଓ ତାଙ୍କ ମାଆ ଓ ବଡ଼ ଭଉଣୀ ଡ଼ାକ୍ତର ଖାନା ବେଡ଼ ନଂ୬୪ ରେ ଭର୍ତ୍ତି କରାଯାଇ ଥିବା ବେଳେ ସେମାନେ ଭୟଭୀତ ଅବସ୍ଥାରେ ଥିବା ନେଇ ପୋଲିସ କୁ ସୂଚନା ଦେଇଥିଲେ । ସବ ଡିଭିଜିନାଲ ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଶ୍ରୀମତୀ ସାବିତ୍ରୀ ହିକ୍କା ସ୍ୱତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା କରିବା ସହ ବଲାଙ୍ଗୀର ମ୍ୟାଡିକାଲ କଲେଜ ବଲାଙ୍ଗୀର କୁ ସୁରକ୍ଷା ବ୍ୟବସ୍ଥା କରେଇ ନେଇ ଭର୍ତ୍ତି କରେଇଛନ୍ତି । ଏହି ସମ୍ବେଦନଶୀଳ ମାମଲାର ସବ ଡିଭିଜିନାଲ ଆରକ୍ଷୀ ଅଧିକାରୀ ତଥା ମହିଳା ଓ ଶିଶୁଡେସ୍କ ଅଧିକାରୀ ଓ ସବ ଡିଭିଜିନାଲ ମ୍ୟାଡିକାଲ ସୁପରିଟେଣ୍ଡେନ ଡ. ପ୍ରଦୀପ ନାଏକ ତଥା ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡ଼ଃ ବଳରାମ ସାହୁ ନିଜ ସକ୍ରିୟ ତତ୍ୱାବଧାନ କ୍ରମେ ପ୍ରସବ ସୁରକ୍ଷିତ ଭାବେ କରେଇବା ଦାଇତ୍ୱ ନେଇଥିବା ଜଣା ଯାଇଛି । ବର୍ତ୍ତମାନ ଉକ୍ତ ନାବାଳିକା ର ପ୍ରସବ ପରେ ସେ ଓ ତାର ଜନ୍ମିତ ଶିଶୁ ଙ୍କ ଥଇଥାନ କରାଇବା ନିମନ୍ତେ ବଲାଙ୍ଗୀର ଜିଲ୍ଲାପାଳ ରେଡ଼କ୍ରସ ପାଣ୍ଠି ରୁ ସହାୟତା ଯୋଗାଇ ଦେବା ସହ ୧୧ ବର୍ଷୀୟ ଭିନ୍ନକ୍ଷମ ଶିଶୁ ର ଗୋଡ଼ ଅପରେସନ୍ କରିବା ଦିଗରେ
ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବଲାଙ୍ଗୀର ଜନସେବା ସଂଘ ତଥା ଅନ୍ୟ ସ୍ବେଚ୍ଛାସେବୀ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବୀ କରାଯାଉଛି ।