-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ):ସ୍ଥାନୀୟ ମୋଦିପଡା ବାସିନ୍ଦା ସରକାରୀ ଇଲେକ୍ଟ୍ରିକାଳ କଣ୍ଟ୍ରାକ୍ଟର ବିଶ୍ୱନାଥ ମହାରଣା (୬୧) ଙ୍କ ଶୁକ୍ରବାର ପରଲୋକ ଘଟିଛି। ସ୍ବର୍ଗତ ମହାରଣା ଗତ ୩ ତାରିଖ ଠାରୁ କରୋନା ଆକ୍ରାନ୍ତ ହୋଇ ପ୍ରଥମେ ଜମାଦାରପାଲି ସ୍ଥିତ ତ୍ରିଲୋଚନ ନେତ୍ରାଳୟ ର କୋଭିଡ ଡାକ୍ତରଖାନା ଏବଂ ପରେ ସ୍ଥାନୀୟ ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଅଶ୍ବିନୀ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ I ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ନିଷ୍କପଟ, ପରୋପକାରୀ, ସହୃଦୟ ବ୍ୟକ୍ତି ଭାବେ ସୁଖ୍ୟାତି ଅର୍ଜନ କରିଥିଲେ I ସେ ଦୀର୍ଘ ବର୍ଷ ଧରି ବିଦ୍ୟୁତ ବିଭାଗ ର ସରକାରୀ ଠିକାଦାର ଭାବେ ଅନେକ କାମ କରିଯାଇଛନ୍ତି I କରୋନା କଟକଣା ମଧ୍ୟରେ ସ୍ଥାନୀୟ ରାଜଘାଟ ରେ ଆଜି ସନ୍ଧ୍ୟା ରେ ଶେଷକୃତ୍ୟ ସମ୍ପର୍ଣ ହୋଇଥିବା ବେଳେ ବିଧବା ପତ୍ନୀ ନଳିନୀ, ପୁଅ ଦୀପକ ଓ ଆଲୋକ, ଝିଅ ବିଜୟଲଷ୍ମୀ,ଜ୍ୟାଇଁ ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ମହାରଣା, ପୁତ୍ରବଧୂ ପହଂଚି ଶେଷ ଦର୍ଶନ କରିଥିଲେ I ବଡ଼ ପୁଅ ଦୀପକ ମହାରଣା ମୂଖାଗ୍ନୀ ଦେଇଥିଲେ। ତାଙ୍କ ପରଲୋକରେ ଆତ୍ମୀୟ ସ୍ୱଜନ, ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ, ସାମ୍ବାଦିକ ସରୋଜ ସାହୁ ପ୍ରମୁଖ ବ୍ୟକ୍ତି ରାଜଘାଟ ପହଂଚି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।