-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ସମ୍ବଲପୁରସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ ର ଅଧକ୍ଷ ହରି ଶଙ୍କର ସାହୁ (୫୭) ଙ୍କ ଆଜି ପରଲୋକ ହୋଇଛି I କରୋନା ସଂକ୍ରମିତ ହୋଇ ସେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ I ସୁନ୍ଦରଗଡ଼ ଜ଼ିଲ୍ଲା ଉଜ୍ୱଳପୁର ନିବାସୀ ହରି ଶଙ୍କର ସ୍ଥାନୀୟ ଧନୁପାଲି ସ୍ଥିତ ମହାବୀର ପଡା ରେ ବସବାସ କରୁଥିଲେ I ଛାତ୍ର ବତ୍ସଳ ହରି ଶଙ୍କର ସାହୁ ଙ୍କ ବିୟୋଗ ବିଶେଷ କରି ଛାତ୍ର ମହଲରେ ଶୋକର ଛାୟା ଖେଳାଇ ଦେଇଛି। ସ୍ୱର୍ଗତ ଶ୍ରୀ ସାହୁ ତାଙ୍କ ଅନ୍ତେ ବିଧବା ପତ୍ନୀ ବିନୟା, ଏକ ମାତ୍ର ପୁଅ ନୀତେଶ ଏବଂ ଝିଅ ରୋଜିନା ଙ୍କୁ ଛାଡି ଚାଲିଯାଇଛନ୍ତି Iଏହି ମୃତ୍ୟୁ ପାଇଁ ମହାବୀରପଡା ଓ ଧନୁପାଲି। ଆଞ୍ଚଲର ସମସ୍ତ ଜନସାଧାରଣ ଶୋକପ୍ରକାଶ କରିଛନ୍ତି।