-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-May-2021
କଣ୍ଟାମାଳ(ଅକୃର ସାହୁ): ଭାରତ ସ୍ଵାଧୀନ ହେବା ର ଦୀର୍ଘ ଵର୍ଷ ବିତି ଥିଲେ ସୁଦ୍ଧା ଅନେକ ଗାଁ କୁ ରାସ୍ତା ନାହିଁ ଓ ଗାଁ କୁ ପିଇବା ପାଣି ନାହିଁ । କାଗଜ ପତ୍ର ରେ ସବୁ ଅଛି କିନ୍ତୁ ପ୍ରକୃତ ରେ କିଛି ନାହିଁ । ଲୋକଙ୍କ ମୌଳିକ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରି ନଥିବା ଯୋଗୁଁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଗ୍ରାମାଞ୍ଚଳରେ ଵାସ କରୁଥିବା ଲୋକଙ୍କ ପାଇଁ ଏ ଦୁର୍ଦ୍ଦଶାର ଦିନ କେବେ ଦୂର ହେବ । ରୋଗୀ ନେବା ପାଇଁ ଆମ୍ଵୁଲାସ ଆସିପାରୁନି । ରୋଗୀ କୁ ଖଟିଆରେ ବୋହିବାକୁ ପଡୁଛି । ଗ୍ରୀଷ୍ମ ଋତୁ ର ପ୍ରଚଣ୍ଡ ରୌଦ୍ରତାପ ରେ ଶୋଷ ମେଣ୍ଟାଇବା ପାଇଁ ଓ ଗାଧୋଇ ପାଇଁ ଅନେକ ଦୁର ଯିବାକୁ ପଡୁଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତ ମାତାକୁପା ୱାର୍ଡ଼ ର ଦୁର୍ଗମ ଅଞ୍ଚଳରେ ଏପରି ଅଭାବନୀୟ
ଦୃଶ୍ୟ ଦେଖିବାକୁ ମିଳିଛି l ବରଗାଁ ପଞ୍ଚାୟତ ଅଧିନରେ ବାସ କରୁଥିବ ଉତ୍ତୁଳ୍ଳା, ଉତ୍ତୁଲ୍ଳା ନୁଆଁ ସାହି, ଚିଙ୍ଗିଯୋର, ଲବାରକାଣି ଓ ଳଵାରକାଣି ଉପରପଡା ଗ୍ରାମବାସୀ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସରକାରୀ ବାବୁଙ୍କୁ ଵାମ୍ଵାର ଜଣାଇଲେ ସୁଧା କୌଣସି ପଦକ୍ଷେପ ନିଆଯାଉ ନାହିଁ । ବରଗାଁ ପଞ୍ଚାୟତ ତରଫରୁ ଟେଙ୍କର ଦ୍ଵାରା ଜଳ ଯୋଗାଉଥିଵା ପାଣି ପହଞ୍ଚିପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବରଗାଁ ପଞ୍ଚାୟତ ରେ ଲୋକଙ୍କ ମୌଳିକ ସୁବିଧା ପ୍ରଦାନ ପାଇଁ ଦାବି ହେଉଛି l