-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-May-2021
ଲଇଡା,(ସଂଜୀବ ପାଣିଗ୍ରାହୀ): କୁଚିଣ୍ଡା ବ୍ଲକ ଖଣ୍ଡୋକଟା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସଂଜିବ ସାହୁଙ୍କ ଗତ ସୋମବାର ଦିନ ବୁର୍ଲା କୋଭିଡ ହସପିଟାଳରେ କରୋନାରେ ମୁତ୍ୟୁ ବରଣ କରିଥିବାରୁ ଆଜି ଭର୍ଚୁଆଲ ମାଧ୍ୟମରେ ସଂକୁଳ ସ୍ତରୀୟ ଶ୍ରଦ୍ଧାଞଳୀ ସଭା ସଂକୁଳ ପ୍ରମୁଖ ଡ. ଦିଲିପ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି I ଏହି ଅବସରରେ ଶିକ୍ଷା ବିକାଶ ସମିତି ଓଡିଶା ପଶ୍ଚିମ ସମ୍ଭାଗ ସହ ସଂଯୋଜକ ପ୍ରଦିପ କୁମାର ମିଶ୍ର, ସମ୍ଭାଗ ସଦସ୍ୟା ପ୍ରଭଞିନି ପଟେଲ , ସଂକୁଳ ସଂଯୋଜକ ସରୋଜ କୁମାର ଶତପଥୀ, ଧନୁପାଲି ପ୍ରଧାନାଚାର୍ଯ୍ୟ ବିଭୁପ୍ରସାଦ ମହାପାତ୍ର, ଖଣ୍ଡୋକଟା ପରିଚାଳନା ସମିତିର ସଭ୍ୟ ସଭ୍ୟା, ଅଭିଭାବକ ଅଭିଭାବିକା,ସଂକୁଳର ସମସ୍ତ ପ୍ରଧାନାଚାର୍ଯ୍ୟ , ଆଚାର୍ୟ୍ୟ , ଆଚାର୍ୟା ପ୍ରମୁଖ ଅନଲାଇନ ମାଧ୍ୟମରେ ଉପସ୍ଥିତ ରହି ସ୍ବର୍ଗତ ସଞିବ ସାହୁ ଙ୍କ ସୃତିଚାରଣ କରିଥିଲେ। ଲଇଡା ସରପଞ୍ଚ ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ପ୍ରମୋଦ କୁମାର କଟୁରୀ ପ୍ରାରମ୍ଭିକ ସୁଚନା ସହ ଓ ସଭା ପରିଚାଳନା କରିଥିବା ବେଳେ ବାମରା ପ୍ରଧାନାଚାର୍ଯ୍ୟ ମୃତୁଞୟ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭରେ ସମୁଦାୟ ୯୬ ଜଣ ଅନଲାଇନ ରେ ଉପସ୍ଥିତ ଥି୍ଲେ।