-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
18-May-2021
ପୁଇଁତଳା,(ପ୍ରେରଣା ଖବର): ବର୍ତମାନ କୋଭିଡର ଭୟlବହତା ସାଙ୍ଗକୁ ଗ୍ରୀଷ୍ମପ୍ରବାହରେ ପାଣି ଲାଗି ଲୋକେ ଡହଳବିକଳ ହେବାଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ପୁଇଁତଳା ବ୍ଲକ ଗଇନ୍ତଳା ପଂଚାୟତ ବ୍ରlହ୍ମଣିପାଲି ଗ୍ରାମରେ l ଏହି ଗ୍ରାମରେ ଗୋଟେ ପୋଖରୀ ରହିଛି
ଯେଉଁଠି ଗ୍ରାମର ଅଧିକାଂଶ ଲୋକ ପାଣି ପାଇଁ ନିର୍ଭରରଶୀଳ l ଗାଧୋଇବା ହେଉ ଵା ବ୍ୟବହାର କରିବା କିନ୍ତୁ ଦୁଃଖର ବିଷୟ ଏହା ଯେ ବର୍ତମାନ ସରକାର ତରଫରୁ ସବୁଆଡେ ଅନେକ ଉନ୍ନତିମୂଳକ ମାଟିକାମ କରାଯାଉଛି, ହେଲେ ଦୀର୍ଘ 5 ବର୍ଷ ହେବ ଏହି ଗ୍ରାମ ପୋଖରୀରେ ମାଟିକାମ ଠପ l ଫଳରେ ମାଟିପୋତି ହୋଇ ଗ୍ରୀଷ୍ମବେଳେ ପାଣି ରହୁନାହିଁ l ନା ପଡିପାରୁଛି ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ ନା ପଡୁଛି ୱାର୍ଡ ମେମ୍ବରରଙ୍କ ନଜର l ଏବେ କିନ୍ତୁ କୋଭିଡ ଓ ଗ୍ରୀଷ୍ମପ୍ରବାହକୁ ଖାତିର ନ କରି ଅଂଟାଭିଡ଼ିଛନ୍ତି ବ୍ରାହ୍ମଣୀପାଲି ଗ୍ରାମର ଅସବର୍ଣ୍ଣ ଝିଅ
ଓ ମହିଳା ମାନେ l ପୋଖରୀଟି ମଇଳା ଆବର୍ଜନା ହେବାରୁ ଲାଗି ପଡ଼ିଛନ୍ତି ପୋଖରୀର ସଫେଇ କାର୍ଯ୍ୟରେ l ପୋଖରୀର ତଳିଆଡେ କିଛିଟା ପାଣି ରହୁଛି ଯାହାକି ସବର୍ଣ୍ଣ ଲୋକଙ୍କ ବ୍ୟବହାର ଲାଗି କିନ୍ତୁ ଅସବର୍ଣ୍ଣ ଲୋକଙ୍କ ଲାଗି ବ୍ୟବହାର ମନା l ଏଭଳି ଭାବେ ପାତରଅନ୍ତର ଦେଖିବାକୁ ମିଳୁଛି, ବାକିରହିଲା ସରକାରଙ୍କ ଏହି ଗ୍ରାମପ୍ରତି କେବେ ଦୃଷ୍ଟି ପଡିବ ଓ ଲୋକଙ୍କ ପାଣିର ସମସ୍ୟା କେବେ ଦୂରହେବ ତାହା ଦେଖିବାକୁ ବାକି ରହିଲା l