-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
18-May-2021
ବଲାଙ୍ଗିର (ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଭର୍ଚୁଆଲ ମୋଡରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ନିକଟରେ ପରଲୋକ ଗମନ କରିଥିବା ସଂଘର ଦୁଇ ଜଣ ସଭ୍ୟ କୁଞ୍ଜ ବିହାରୀ ଭୋଇ ଓ ସ୍ୱରାଜ ସିଂଦେଓଙ୍କ ସ୍ମୃତିଚାରଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ସେମାନଙ୍କ ଆତ୍ମାର ସଦଗତି କାମନା କରିବା ସହିତ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି ହେମନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ଯକ୍ଷ ଶିବ ଶଙ୍କର ପଟେଲ ବରିଷ୍ଠ ସଭ୍ୟ ଓମ୍ ପ୍ରକାଶ ଚାନ୍ଦ, ଅକ୍ଷୟ କଣ୍ଟା, ଡମ୍ବରୁଧର ଆଚାର୍ଯ୍ୟ, ମାନସ ରଞ୍ଜନ ନାୟକ, ସୁନୀଲ ମିଶ୍ର, ସଞ୍ଜିବ ପଣ୍ଡା, ହିମାଂଶୁ ନାୟକ, ପ୍ରଶାନ୍ତ ପଣ୍ଡା, ସୁଶାନ୍ତ ଶତପଥି, ଜୀତେନ୍ଦ୍ର ଭୋଇ ,ସଞ୍ଜିବ ସାହୁ, ଭବାନୀ ଶଙ୍କର ପଟେଲ ଓ ଦେବଦତ୍ତ ବେହେରା ପ୍ରମୁଖ ଯୋଗଦାନ କରି ସ୍ତୃତିଚାରଣ କରିବା ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।