-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
18-May-2021
ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୃତ୍ତମଗଡ ନବନିର୍ମିତ ଟୋଲ ଗେଟ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୁଚନା ମୁତାବକ, ତୁମୁଡ଼ିବନ୍ଧ ଆଡୁ ବାଲିଗୁଡ଼ା ଅଭିମୁଖେ ୧୦୮ ରାଷ୍ଟ୍ରୀୟ ଆମ୍ବୁଲାନ୍ସ ସେବାରେ ଥିବା ଏକ ବୋଲେର ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଆଇଚର୍ ମିନିଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହାଫଳରେ ଆମ୍ବୁଲାନ୍ସଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଚାଳକଜଣକ ଷ୍ଟିୟରିଂରେ ଚାପି ହୋଇ ଫସି ଯାଇଥିଲେ। ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ପୁଲିସ ପହଁଚି ଡ୍ରାଇଭରକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)