-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
18-May-2021
ବଲାଙ୍ଗିର,(ପ୍ରେରଣା ଖବର)- ବଲାଙ୍ଗିରର ଜନସାଧାରଣଙ୍କୁ ଏହି ମହାମାରି ବିପତ୍ତି ସମୟରେ ସଂଯମତା ଅବଲମ୍ବନ କରି ସରକାର ତଥା ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ କରାଯାଇଥିବା ନିୟମ କାନୁନ କୁ ମାନିବା ପାଇଁ ନିବେଦନ କରାଯାଇଅଛି । ଏହି ସମସ୍ୟାର ମୁକାବିଲା ପାଇବା ପାଇଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନର କେବଳ ଦାୟିତ୍ୱ ନୁହଁ, ଆମ ସମସ୍ତ ଜନସାଧାରଣଙ୍କ ମଧ୍ୟ ଦାୟିତ୍ୱ ଏବଂ କର୍ତ୍ତବ୍ୟ ରହିଛି । ନାଗରିକ କମିଟି ତରଫରୁ ସଭାପତି ବିକ୍ରମାନନ୍ଦ ବହିଦାର, ବିଷ୍ଣୁ ପ୍ରସାଦ କେଡିଆ, ନିତ୍ୟାନନ୍ଦ ମିଶ୍ର, ବୃନ୍ଦାବନ ବରାଳ, ଛବି ବେହେରା ଇତ୍ୟାଦି ସଭ୍ୟବୃନ୍ଦ ଏକ ମିଳିତ ବିବୃତିରେ ବଲାଙ୍ଗିର ଜିଲ୍ଲା ଜନସାଧାରଣଙ୍କୁ ଅତି ଜରୁରି କାମ ନ ହେଲେ ଘରୁ ନ ବାହାରିବା ପାଇଁ ତଥା ମାସ୍କ ବ୍ୟବହାର କରିବା ପାଇଁ, ସେନିଟାଇଜର ଏବଂ ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଗ୍ରାମାଞ୍ଚଳର ଜନସାଧାରଣ ମଧ୍ୟ ସମସ୍ତ ଏହି ନିୟମକୁ କୃଷି କର୍ମକ୍ଷେତ୍ରରେ ମାନିବା ପାଇଁ ଅନୁରୋଧ କରିଛନ୍ତି । ଆମ ସମସ୍ତଙ୍କର ଜିବନ ଅମୁଲ୍ୟ ସଂପଦ ଅଟେ । ଏହାକୁ ରକ୍ଷା କରିବାର ଦାୟିତ୍ୱ ଆମ ନିଜ ଉପରେ ନିର୍ଭର କରେ । ତେଣୁ ଆସନ୍ତୁ ଆମେ ସମସ୍ତେ ମାଁ ପାଟେନେଶ୍ୱରୀ ଓ ସମଲେଶ୍ୱରୀଙ୍କ ଠାରେ ପ୍ରାର୍ଥନା କରି ନିୟମ ମାନି ଚଳିଲେ ଏହି ବିପତ୍ତିରୁ ମୁକ୍ତି ପାଇବା । ବଲାଙ୍ଗିର ଜିଲ୍ଲାର ଦକ୍ଷ ତଥା ସଚ୍ଚୋଟ ଜିଲ୍ଲାପାଳଙ୍କ ନେତୃତ୍ୱରେ କୋଭିଡ୍ ୧୯ ମୁକାବିଲାକୁ ସମସ୍ତେ ସହଯୋଗ କରିବା ପାଇଁ ନାଗରିକ କମିଟି ତରଫରୁ ଅନୁରୋଧ କରାଯାଇଛି ।