-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ) - ରାଜ୍ୟ ର ସର୍ବପୁରାତନ, କଳା, ସଂସ୍କୃତି, ଐତିହ୍ୟ ସମ୍ପନ୍ନ, ଭାଇଚାରା, ଶାନ୍ତିପୂର୍ଣ୍ଣ ଜିଲ୍ଲା ସମ୍ବଲପୁର ର ସାମାଜିକ ଓ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଚୋରି, ଡକାୟତି, ରାହଜାନି, ହତ୍ୟାକାଣ୍ଡ, ଚୋରା ନିଶା କାରବାର, ବଳତ୍କାର, ଚୋରା ବନ୍ଧୁକ ଚାଲାଣ ଭଳି ଅନେକ ଘଟଣା ପ୍ରତ୍ୟେକ ଦିନ ଖବରକାଗଜ ର ଶିଖର ମଣ୍ଡିତ କରୁଛି । ବାର ବାର ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ।
ଏହା ମଧ୍ୟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା କଡା ଓ କଠୋର ନିୟମ କାନୁନ ରହିଥିବା ସତ୍ତ୍ୱେ ସହରରେ ଗୌଚାଲାନ, ଗୌହତ୍ୟା ଓ ଗୌମାଂସ ବିକ୍ରି ଅବାଧ ରେ ଚାଲିଛି । ବାଙ୍ଗଳାଦେଶୀ ଅନୁପ୍ରବେଶକାରୀ ଙ୍କ ଘଟଣା ବର୍ତ୍ତମାନ ସହରରେ ଚର୍ଚ୍ଚା ଓ ଚିନ୍ତା ର ଚିନ୍ତା ର ବିଷୟ ହୋଇପଡିଛି । ସହରେ ନିର୍ଦ୍ଧିଷ୍ଟ କିଛି ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ବାଙ୍ଗଳାଦେଶୀ ଅନୁପ୍ରବେଶକାରୀ ଆସି ରହୁଛନ୍ତି । ଦିନରେ ଛୋଟ ଛୋଟ ବେପାର ଓ ଦିନମଜୁରିଆ କାମ କରୁଛନ୍ତି ଏବଂ ରାତ୍ରି ରେ ଚୋରି ଡକାୟତି ଭଳି କାର୍ଯ୍ୟ ରେ ଲିପ୍ତ ରହୁଥୁବାର ଅନେକ ଘଟଣା ସାମ୍ନା କୁ ଆସୁଛି । କିଛି ଅନୁପ୍ରବେଶକାରୀ ସହରର କିଛି ତଳି ଅଞ୍ଚଳରେ ଭଡା ରେ ରହୁଥିବା ବେଳେ ଅନେକ ସରକାରୀ ଜମି ଜବରଦଖଲ କରି ରହୁଛନ୍ତି । ସହରରେ ଘଟୁଥିବା ଅନେକ ଛୋଟ ବଡ଼ ଅନେକ ଘଟଣାରେ ଏମାନଙ୍କର ସମ୍ପୃକ୍ତି ରହିଥିବାର ନଜିର ମଧ୍ୟ ରହିଛି । ସହରର ଏକ ବିଶେଷ ସମ୍ପ୍ରଦାୟର ଯୁବକମାନେ ଲବ ଜେହାଡଦ କୁ ଚରିତାର୍ଥ କରିବା ରେ ବିଭିନ୍ନ ମିଥ୍ୟା ଓ ଅସାମାଜିକ ପନ୍ଥା ଅବଲମ୍ବନ କରି ନିରୀହ ହିନ୍ଦୁ ଝିଅ ମାନଙ୍କ ଜୀବନ ସହିତ ଖେଳୁଛନ୍ତି । ମିଥ୍ୟା ନାମ ରେ ଫେସବୁକ ଇଁଷ୍ଟାଗ୍ରାମ ରେ ଆକାଉଣ୍ଟ ଖୋଲି ହିନ୍ଦୁ ଝିଅ ଙ୍କ ସହିତ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ସ୍ଥାପନ କରୁଛନ୍ତି । ପରେ ତାଙ୍କୁ ବ୍ଲେକମେଲିଙ୍ଗ କରି ନାନା ଅପକର୍ମ କରିବାର ଅନେକ ଅଭିଯୋଗ ଆସୁଛି । ଅନେକ କ୍ଷେତ୍ରରେ ଅନେକ ନିରୀହ ଝିଅ ଙ୍କର ହତ୍ୟା କରାଯିବାର କିମ୍ବା ପିଡିତା ଝିଅ ଆତ୍ମହତ୍ୟା କରିବାର ଅନେକ ନଜିର ଅତୀତରେ ରହିଛି ।
ନିକଟ ଅତୀତରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ରଙ୍କ ସ୍କୋରପିଓ ଗାଡିକୁ ଭାଙ୍ଗିବା ଘଟଣା ହେଉ କିମ୍ବା ପୂର୍ବତନ ପୋୖରାଧକ୍ଷ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲଙ୍କୁ ମାରଣାତ୍ମକ ଆକ୍ରମଣ ଘଟଣା ହେଉ ଏକ ବିଶେଷ ସମ୍ପ୍ରଦାୟର ଅସାମାଜିକ ତତ୍ତ୍ୱଙ୍କର ଲକ୍ଷ ଓ ଉଦ୍ଦେଶ୍ୟ କୁ ସ୍ପଷ୍ଟ ଇଙ୍ଗିତ କରୁଛି ।
ଏଭଳି ପ୍ରସଙ୍ଗ କୁ ନେଇ ଆଜି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚ ସମ୍ବଲପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ କୁ ଯାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ସାକ୍ଷାତ କରିଛି ଓ ସମସ୍ତ ବିଷୟରେ ସବିଶେଷ ଆଲୋଚନା କରି ଏଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ଦାବି କରିଛି ।
ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ଙ୍କ ନେତୃତ୍ୱରେ ବିଜେପି ର ଅନେକ ଜିଲ୍ଲା ପଦାଧିକାରୀ ଓ ଯୁବ ମୋର୍ଚ୍ଚା କର୍ମୀ ଆଜିର କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାମ ଚନ୍ଦ୍ର ମେହେର, ସମୀର ରଞ୍ଜନ ବାବୁ, ଫଣି ଭୂଷଣ ମିଶ୍ର, ବିଷ୍ଣୁ ରକ୍ଷିତ, ଜୟନ୍ତ ଦାଶ, ମନୋଜ ସ୍ୱାଇଁ, ନିଲମ୍ବର ସିକନ୍ଦର, ଉଲ୍ଲାସ ବାରିକ, ପ୍ରକାଶ ପାଣ୍ଡେ, ମନୋଜ ପୋଲସନିଆ, ଶମ୍ଭୁ ତିୱାରୀ, ଶିବ ଦିୱାନ, ପ୍ରଭୁଦତ୍ତ ପଣ୍ଡା, ଟୁକୁ ମହାନ୍ତି, କାହ୍ନୁରାମ ଶର୍ମା, ପ୍ରଦୀପ କୁମାର ବେହେରା, ସନ୍ତୋଷ ସାହୁ, ଅନୀଲ ସୁନା, ଦୟାନିଧି ପଧାନ, ମୋହନ ପଣ୍ଡା, ଅଜିତ ହୋତା, ଦଶରଥ ମେହେର, ସୁଦୀପି ପରିଡ଼ା, ବିଶ୍ୱନାଥ ମୁଣ୍ଡା, ଅନୀଲ ସୁରିଏବଂଶୀ, ସ୍ୱାଗତ ପାଢ଼ୀ,
କମଲଜିତ ସିଂ, ପିଣ୍ଟୁ ବେହେରା, ପ୍ରହଲ୍ଲାଦ ରେଡ୍ଡୀ, ତପନ ମଝି, ଅରୁଣ ଭୋଇ, ଚନ୍ଦ୍ର ମେହେର ପ୍ରମୁଖ ସାମିଲ ହୋଇଥିଲେ ।