-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ହୀରାକୁଦ,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ଆଜି ହୀରାକୁଦ ସରକାରୀ ହସ୍ପିଟାଲ ଓ ୱର୍ଡ ନଂ.୧୧ ର ଲରିଆପଡା ଠାରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ମୋବାଇଲ୍ ଭ୍ୟାନରେ କରୋନା ଟେଷ୍ଟ କରାଯାଇଥିଲା । ହୀରାକୁଦ ଅଞ୍ଚଳର ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ପ୍ରଭାତ ରଞ୍ଜନ ବିଶ୍ବାଳ, ସେକ୍ଟର୍ ଅଫିସର୍ କିଶୋର ପ୍ରଧାନ, ବିଭିନ୍ନ ୱାର୍ଡ ର ୱାର୍ଡ ଅଫିସର ତଥା ସ୍ବେଚ୍ଛାସେବୀ ଲକ୍ଷ୍ମୀ ପ୍ରସାଦ ମହାପାତ୍ର, କାର୍ତ୍ତିକ କଲେତ୍ ପ୍ରମୁଖ ଉପସ୍ଥିତ ରହିଥିଲେ । ଗତକାଲି ର କୋଭିଡ୍ ସଚେତକ ବୈଠକରେ ପ୍ରସ୍ତାବ କ୍ରମେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମୋବାଇଲ୍ ଟେଷ୍ଟ ଭ୍ୟାନ ପଠାଯାଇଥିଲା । ହୀରାକୁଦ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ହେଇଥିବା ୧୬ ଜଣ ମଧ୍ୟରୁ ୫ ଜଣ ପୋଜିଟିଭ୍ ବାହାରି ଥିବା ବେଳେ ୱାର୍ଡ ନଂ.୧୧ରେ ୩ ଜଣ ପୋଜିଟିଭ୍ ବାହାରି ଥିଲେ । ଲୋକେ ପ୍ରଶାସନର ଏହି ନିଷ୍ପତ୍ତିର ପ୍ରଶଂସା କରିବା ସହିତ ହୀରାକୁଦ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବଭଳି କୋଭିଡ୍ ପରୀକ୍ଷା କରିବା ପାଇଁ ଦାବୀ କରିଛନ୍ତି I