-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ଭୁବନେଶର (ପ୍ରେରଣା ଖବର) ଭିଡ଼ିଓ କ୍ଲାସ ଯୋଗେ ପାଠ ପଢିବେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀ। ଗତ ବର୍ଷ କେବଳ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କ ପାଇଁ ଭିଡ଼ିଓ କ୍ଲାସ ବ୍ୟବସ୍ଥା ହୋଇଥିଲା। ଅଧ୍ୟାପକ ଙ୍କ କ୍ଳାସ ରେକର୍ଡିଂ କରାଯାଇ ଦୂରଦର୍ଶନ ରେ ପ୍ରସାରଣ କରାଯାଉଛି। ମହାମାରୀ ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ଲାଗି ମଧ୍ୟ ଭିଡିଓ କ୍ଲାସ ମାଧ୍ୟମରେ ଶିକ୍ଷାଦାନ ଦିଆଯିବ। ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ସବୁ ଜୁନିଅର କଲେଜ ଅଧ୍ୟକ୍ଷଙ୍କୁ ଚିଠି ଜରିଆରେ ଭିଡ଼ିଓ କ୍ଲାସ ରେକର୍ଡିଂ ଲାଗି ଦକ୍ଷ ଅଧ୍ୟାପକଙ୍କ ତାଲିକା ମଗାଯାଇଛି। ଚଳିତ ମାସ 21 ତାରିଖ ସୁଦ୍ଧା ଦକ୍ଷ ଅଧ୍ୟାପକ ଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।