-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
କଟକ :କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଦର ଉପକଣ୍ଠ ଉରାଳି ପଞ୍ଚାୟତର ଉରାଳି, ସଇନ୍ଦା,କାଜିପୁର, ନଛିପୁର, ଜରିପଡା ଆଦି ଗ୍ରାମ ଏବଂ କଟକ ମହାନଗର ନିଗମ ୫୮ନମ୍ବେର ୱାର୍ଡ ଅନ୍ତର୍ଗତ ତେଲେଙ୍ଗାପେଣ୍ଠ,ସ୍ଥାନୀୟ ବଜାର,ଜନଗହଳିପୂର୍ଣ ଅଞ୍ଚଳ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର,ଐତିହାସିକ ଗାନ୍ଧୀସ୍ମୃତି ପୀଠ,ବିଭିନ୍ନ ସରକାରୀ କାର୍ଯ୍ୟାଳୟ,ବଜାରରେ ଥିବା ୩ଗୋଟି ଏ.ଟି.ଏମ.,ସଦର ଥାନା ଆଦି ବହୁ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟ କରାଯିବାସହ,କରୋନା ସଚେତନତା ପ୍ରଚାର ପତ୍ର ବଣ୍ଟନ କରାଯାଇଛି । ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦର ସମାଜସେବୀ ଅଶୋକ ସାହୁ,ସୁକାନ୍ତ ପ୍ରଧାନ,ଗଗନ ମୂଳିଆ,ଦେବାଷିସ୍ ପରିଡା,ହେମନ୍ତ ବେହେରା,ବସନ୍ତ ରାଉତ୍ ,ରଞ୍ଜିତ ଦାସ,ସଂଜୟ ଦାସ,ମହନା ମହାନ୍ତି,ଉତ୍ତମ ମହାନ୍ତି,ଦିଲିପ୍ ସାହୁ,ଲୋକନାଥ ସାହୁ,ନିକୁଞକିଶୋର ସାମତରାୟ ପ୍ରମୁଖ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ବିଶୋଧନ କାର୍ଯ୍ୟକ୍ରମସହ ଜନସଚେତନତା ଜାରୀ ରଖିବାକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି । (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)