-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ଯାଜପୁର(ପ୍ରେରଣା ଖବର) :ଦିଗ୍-ଦର୍ଶନ ସଂଗଠନ ପକ୍ଷରୁ ରାସ୍ତା ପାଶ୍ୱରେ ଥିବା ମାନସିକ ଅନଗ୍ରସର, ଭିକ୍କୁକ, ବୁଲା ପଶୁପକ୍ଷୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛିl ସପ୍ତାହନ୍ତ ସଟଡାଉନ ହେତୁ ଅସହାୟ ଲୋକମାନେ ଖାଦ୍ୟ ଟିକେ ପାଇଁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସଂଗଠନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛିl ଦଶରଥପୁର, ବିଂଝାରପୁର, ଯାଜପୁର ବ୍ଲକମାନଙ୍କର ମୁଖ୍ୟ ରାସ୍ତା କଡରେ ରହୁଥିବା ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛିl ଏହି କାର୍ଯ୍ୟକ୍ରମ ଆଗକୁ ପରିଚାଳିତ ହେବ ବୋଲି ସଂଗଠନର ସଭାପତି ରଶ୍ମିରଂଜନ ସାହୁ କହିଛନ୍ତିl ଏହି କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେl