-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ବଲାଙ୍ଗିର (ପ୍ରେରଣା ଖବର) : ଆଜି ସକାଳେ ବଲାଙ୍ଗିର ଜିଲା ପୁଇଁତଳା ବ୍ଳକ ମଲମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁରଲୁପାଲି ଗ୍ରାମର ବାସୀନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ଶିବ ପ୍ରସାଦ ସାହୁଙ୍କ 79 ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତl ଯୋଗୁଁ ପରଲୋକ ହୋଇଯାଇଛି l ସ୍ଵର୍ଗତ ସାହୁ ଜଣେ ମେଳାପୀ ଓ ଆଦର୍ଶ ଶିକ୍ଷକ ଭବରେ ପୁଇଁତଳା ଅଞ୍ଚଳରେ ଜଣାଶୁଣା ଥିଲେ l ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁଇଁତଳା ବ୍ଲକ ଅଞ୍ଚଳରେ ଗଭୀର ଶୋକପ୍ରକାଶ ପାଇଛି l ମୃତ୍ୟୁ ଶଯ୍ୟାରେ ସ୍ଵର୍ଗତ ସାହୁଙ୍କ ଜ୍ୟୈଷ୍ଠ ପୁତ୍ର କଂଗ୍ରେସ ନେତା ତଥା ଆଇନଜୀବୀ ଉମାକାନ୍ତ ସାହୁ, କନିଷ୍ଠ ପୁତ୍ର ବ୍ଲକ କର୍ମଚାରୀ ସୁଶାନ୍ତ ସାହୁ, ପାଞ୍ଚ ଝିଅ ତଥା ଜ୍ୱାଇଁ ସାନନ୍ଦ ଓ ଅକୃର ଉପସ୍ଥିତ ଥିଲେ l l ଆଜି କୋଭିଡ କଟକଣାକୁ ପାଳନ କରାଯାଇ କୁରଲୁପାଲି ଶ୍ମଶାନ ଘାଟ ଠାରେ ସ୍ଵର୍ଗତ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ଜ୍ୟୈଷ୍ଠ ପୁତ୍ର ଉମାକାନ୍ତ ସାହୁ ମୁଖାଗ୍ନି ଦେଇଥିଲେ l