-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
21-Oct-2020
ବଲିଉଡ୍ର ମୁନ୍ନାଭାଇ ଅର୍ଥାତ୍ ସଞ୍ଜୟ ଦତ୍ତର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କର ଫ୍ୟାନ୍ସମାନେ ଚିନ୍ତିତ। କାରଣ ଦୀର୍ଘଦିନ ହେଲା ସଞ୍ଜୟ କ୍ୟାନ୍ସର ସହ ଲଢୁଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ? କେବେ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିବେ ? ଏ ନେଇ ଚିନ୍ତାରେ ପଡିଛନ୍ତି ତାଙ୍କର ଫ୍ୟାନ୍ସମାନେ । ତେବେ ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ନେଇ ତାଙ୍କ ପରିବାର ସୂତ୍ରରୁ ତଥ୍ୟ ରଖାଯାଇଛି!!ସଞ୍ଜୟଙ୍କ ପରିବାରର ଜଣେ ନିକଟ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ସଞ୍ଜୟ ଦତ୍ତ ଖୁବ୍ ଶୀଘ୍ର କ୍ୟାନ୍ସନକୁ ମାତ୍ ଦେଇ ଫେରିବେ। ତାଙ୍କର ଚିକିତ୍ସା ଭଲରେ ଚାଲିଛି ଏବଂ ଭଲ ପ୍ରଭାବ ମଧ୍ୟ ପକାଉଛି। ସଞ୍ଜୟ ଦ୍ରୁତଗତିରେ ରିକଭରି ହେଉଛନ୍ତି। ନିଃଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ସଞ୍ଜୟଙ୍କୁ ଅଗଷ୍ଟ ୮ ତାରିଖ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ସେ ଲଙ୍ଗସ କ୍ୟାନ୍ସରରେ ପୀଡିତ ଥିବା ଜଣାପଡ଼ିଥିଲା!!*ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଥିଲା। ହେଲେ ସେ ରିକଭରି କରୁଥିବା ଏବେ ପରିବାର ସୂତ୍ରରୁ ଜଣାପଡ଼ିବା ପରେ ଫ୍ୟାନ୍ସମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଆଜି ମଧ୍ୟ ସଞ୍ଜୟଙ୍କର ଟେଷ୍ଟ କରାଯାଇଥିଲା ଏବଂ ଭଲ ରିପୋର୍ଟ ଆସିଛି। ଭଗବାନଙ୍କ ଦୟା ଏବଂ ଲୋକଙ୍କ ଆଶୀର୍ବାଦ ଯୋଗୁ ତାଙ୍କର ଚିକିତ୍ସା ସଫଳ ହେଉଛି ବୋଲି କୁହାଯାଇଛି!!