-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
ସମ୍ବଲପୁର,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳଙ୍କ ମାତା ଫୁଲ ବିଶ୍ୱାଳଙ୍କ ଶୁକ୍ରବାର ସକାଳ ସକାଳ ୮ ଟା. ୩୦ ମି. ସମୟରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ତତା ଅନୁଭବ କରିବା ପରେ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଭୀମସାର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଆଜି ଚିକିତ୍ସା ଅବସ୍ଥାରେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶରୀରକୁ କୁ ରେଙ୍ଗାଲି ବ୍ଲକ ସାଲଡ ସ୍ଥିତ ବାସଭବନକୁ ନିଆଯାଇଥିଲା । ଶ୍ରୀମତୀ ବିଶ୍ୱାଳ ଜଣେ ଧର୍ମପରାୟଣ, ମେଳାପି, ପରୋପକାରିତା, ମିଷ୍ଟଭାଷୀ ଭାବେ ଅଞ୍ଚଳରେ ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ପାଖରେ ୩ ପୁଅ , ବହୁ, ଝିଅ ଓ ଜ୍ବାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ଜାଣିବା ପରେ ଅଂଚଳର ବହୁ ଲୋକ ଏବଂ ବନ୍ଧୁ ବାନ୍ଧବ ଶେଷ ଦର୍ଶନ କରିଥିଲେ। ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ସମ୍ପାଦକ ସରୋଜ ସାହୁ, ସୁଶାନ୍ତ ମହାପାତ୍ର, ନରେଶ ମାହାଣା, ଶିଶିର ସାହୁ, ଅଶୋକ ଗୁରୁ, ଅଙ୍କିତ ସାହୁ, ସନ୍ଦୀପ ଶର୍ମା, ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ସଭାପତି ଅନ୍ତର୍ଯ୍ୟାମୀ ପାଣି, ସୁବାସ ବିଶ୍ୱାଳ ପ୍ରମୁଖ ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ସାଲଡ ଗ୍ରାମ୍ୟ ସ୍ମଶାନ ରେ ଶେଷ କୃତ୍ୟ ସମ୍ପର୍ଣ ହୋଇଥିବା ବେଳେ ଜ୍ୟୋଷ୍ଠ ପୁତ୍ର ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ I