-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ): ଦେଶର ସୀମାନ୍ତକୁ ଯବାନମାନେ ଅହରହ ସୁରକ୍ଷା ଦେଉଥିବା ବେଳେ ଆମେ ନିଜ ଘରେ ସୁରକ୍ଷିତ ରହିପାରୁଛୁ। କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ ଜଣେ ଅବସରପ୍ରାପ୍ତ ଯବାନଙ୍କ ଧର୍ମପତ୍ନୀ (୯୦)ଙ୍କୁ ପାରିବାରିକ ଭତ୍ତା ମିଳୁ ନ ଥିବାର ବାସ୍ତବ ଚିତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତର ଦୁଗୁଡିପାରି ଗ୍ରାମରେ ଦେଖିବାକୁ ମିଳିଛି।ବିବରଣୀରୁ ପ୍ରକାଶ ଯେ, ୧୯୩୧ ମସିହାରେ ବଡି ପ୍ରଧାନ ସିପାହୀ ଭାବେ ଭାରତୀୟ ସେନାରେ ଯୋଗଦେଇ ଦ୍ୱିତୀୟ ବିଶ୍ବଯୁଦ୍ଧରେ ସକ୍ରିୟ ଅଶଂଗ୍ରହଣ କରି ୧୯୪୬ ମସିହାରେ ସେ ଅବସର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ପରେ ତାଙ୍କ ଧର୍ମପତ୍ନୀ ସରାନ୍ତି ପ୍ରଧାନ ୯୦ଙ୍କୁ ଏଯାବତ୍ ପାରିବାରିକ ପେନସନର ସୁବିଧା ମିଳିପାରିନାହିଁ। ପ୍ରକାଶ ଥାଉକି, ଏଥିପାଇଁ ତାଙ୍କ ପୁଅ ବିନାୟକ ପ୍ରଧାନ ରାଜ୍ୟ ସୈନିକ ବୋର୍ଡ, ଭୁବନେଶ୍ବର, ଜିଲ୍ଲା ସୈନିକ ବୋର୍ଡ ଭବାନୀପାଟଣା ଓ ଜି.ଉଦୟଗିରି ତହସିଲଦାରଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିନଥିବା ଶ୍ରୀ ପ୍ରଧାନ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏଥିରେ ଜି.ଉଦୟଗିରିର ଭୂତପର୍ବ ସୈନିକ ସଂଘ ହସ୍ତକ୍ଷେପ କରି ପେନସନ ମିଳିବାରେ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।ଭାରତ ସରକାର ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ନାରା ଦେଉଥିବାବେଳେ ଏହା ସରାନ୍ତି ପ୍ରଧାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।