-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ l) : ଚଳିତ ବର୍ଷ ପ୍ରଥମ ଥର ପାଇଁ ମସଜିଦ ପରିସରରେ ଶୁଭିଲାନି ଇଦ୍ ମୁବାରକ ଗୁଞ୍ଜରଣ ।ପରସ୍ପରକୁ ଆଲିଙ୍ଗନ କରି ଇଦ୍ ଶୁଭେଚ୍ଛା କିଏ କାହାକୁ ଜଣେଇ ପାରିଲେନି । ଏହି ଇଦ ରେ ମସଜିଦ କିମ୍ବା ମୁସଲମାନ ବସ୍ତିରେ ମୁସଲମାନ ଭାଇ ମାନଙ୍କ ଭିଡରେ ଚଳଚଞ୍ଚଳ ହେଉଥିବାର ଦେଖିବାକୁ ମିଳିଲା ନାହିଁ କିମ୍ବା ମସଜିଦ ସମ୍ମୁଖରେ ଗରିବ, ଅସହାୟ ,ଦୁଃଖୀ ରଙ୍କିଙ୍କ ଲମ୍ବା ଲାଇନ ବି ଲାଗିଲାନି । ମହାମାରୀ କରୋନା କଟକଣା ପାଇଁ ରମଜାନ ମାସ ଭଳି ଖୁସିର ପର୍ବ ଇଦ୍ ମଧ୍ୟ ଫିକା ପଡିଗଲା। ଇଦ୍ ଉତ୍ସବକୁ ନେଇ ବିଶେଷ କରି ସାନ ପିଲା ମାନଙ୍କ ମଧ୍ୟରେ
ଯେଉଁ ଉତ୍ସାହ ରହିଥାଏ ,ସେଥିରେ କରୋନା ପ୍ରତିବନ୍ଧକ ସାଜିଲା । ନୂଆ ପୋଷକ ମଧ୍ୟ ବହୁତ କମ୍ ଲୋକ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଇସଲାମିକ ପରମ୍ପରା ଅନୁଯାଇ ରମଜାନ ମାସ ଶେଷ ଦିନରେ ଜହ୍ନ ଦେଖି ପାଳିତ ହୁଏ ଇଦ୍ ।ଏହି ଦିନ ମୁସଲମାନ ଭାଇ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖା ଦେଇଥାଏ । ଲକଡାଉନ ରେ ବିଭିନ୍ନ ନିୟମ କୋହଳ ହୋଇଥିଲେ ହେ ଧର୍ମାନୁଷ୍ଠାନ ବନ୍ଦ ରହିଛି । ଏଣୁ ଇଦ୍ ଦିନ ମଧ୍ୟ ମସଜିଦ ବନ୍ଦ ରହିଥିଲା। ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ମୁସଲିମ ଭାଇ ମାନେ ଟିକେ ମନ ଦୁଃଖରେ ରହିଥିଲେ ହେଁ କରୋନା ଯୁଦ୍ଧ ରେ ସରକାର ଙ୍କ ନିୟମ କୁ ମାନି ସହାୟତା ର ହାତ ବଢ଼େଇଥିବା ଦେଖିବାକୁ ମିଳିଥିଲା ।
ପ୍ରତିବର୍ଷ ଇଦ୍ କୁ ମୁସଲମାନ ସମ୍ପ୍ରଦାୟ ଧୁମଧାମରେ ପାଳନ କରିଥାନ୍ତି କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଏଥିରେ ପୂର୍ଣ୍ଣଛେଦ ଟାଣି ଦେଇଛି।ଚଳିତ ବର୍ଷ କନ୍ଧମାଳ ଜିଲ୍ଲାର ସମସ୍ତ ମୁସଲମାନ ଭାଇମାନେ ନିଜ ନିଜ ଘରେ ନାମାଜ ପାଠ କରିବା ସହ ସାମାଜିକ ଦୂରତ୍ବ ରଖି ପରସ୍ପର କୁ ଆଲିଙ୍ଗନ କରିନଥିଲେ । ଜଣେ ମୁସଲମାନ ଭାଇଙ୍କ କହିବା ପ୍ରକାରେ ଚଳିତ ବର୍ଷ ଇଦ୍ ନମାଜ ପାଠ କରିବା ନିମନ୍ତେ ମୌଲନା ମାନଙ୍କ ଠାରୁ ଫତ୍ଓ୍ବା ନେଇ ସେମାନଙ୍କ ଦେଇ ଥିବା ନିର୍ଦ୍ଦେଶ ଅନୁଯାୟୀ ଘରେ ରହି ଇଦ୍ ନମାଜ ପାଠ କରିଛୁ ।ଚଳିତ ଇଦ୍ ରେ ନୂତନ ବସ୍ତ୍ର ପରିଧାନ ନକରିବା ସହ ଘରେ ମଧ୍ୟ ଅତି
ସାଧାରଣ ଖାଦ୍ୟ ପ୍ରସ୍ତୁତ କରି ନିରାଡମ୍ବର ସହ ଇଦ୍ ପାଳନ କରିଛୁ । ଦେଶର ସଙ୍କଟ ସମୟରେ ଗରିବ ଲୋକ ଖାଇବା କୁ ପାଉନଥିବା ବେଳେ ଜାକଜମକରେ ଇଦ୍ ପାଳନ କରିବା ମାନବିକତା ନୁହେଁ ବୋଲି କହିଥିଲେ ।ଏହି ଅବସରରେ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ମୁସଲମାନ ଭାଇ ମାନଙ୍କୁ ଇଦ୍ ର ଅଭିନନ୍ଦନ ଜଣାଇଥିଲେ ।